କନକ ବ୍ୟୁରୋ : ଜଳୁଛି ଆମେରିକା । କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜଲିସ୍‌ ଜଙ୍ଗଲରେ ଲାଗିଛି ଭୀଷଣ ନିଆଁ । ଏହି ନିଆଁ ଭୟାନକ ହେବାରେ ଲାଗିଛି । ନିଆଁ ମୁହଁରେ ପଶିଲାଣି ଘରଦ୍ବାର । ସୂଚନାମୁତାବକ ଏପର୍ଯ୍ୟନ୍ତ ପାଖାପାଖି ଏକ ହଜାର ଘରଦ୍ବାର ପୋଡି ପାଉଁଶ ହେଲାଣି । ଏଥିସହିତ  ଏଯାଏଁ  ୫ଜଣଙ୍କ ମୃତ୍ୟୁ ଘଟିଛି ।  ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପ୍ରବଳ ପବନ ବହିବା କାରଣରୁ  ୭୦ ମିଲ୍‌  ପ୍ରତିଘଣ୍ଟା ରେ ଆଗକୁ ବଢିଚାଲିଛି ଏହି ନିଆଁ ।

Advertisment

ଜଙ୍ଗଲ ଠାରୁ ନେଇ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଏବଂ ଆଲିଶାନ  ଘର ସବୁ  ନିଆଁର ମୁହଁରେ ଜଳି ଭସ୍ମ  ହେଉଛି । ଜନ ବସତି ଆଡକୁ ମାଡି ଚାଲିଛି ନିଆଁ । ଯାହାଦ୍ବାରା ଲୋକେ ଜୀବନ ବଞ୍ଚାଇ ଘରଛାଡି ଦୌଡି ପଳାଉଛନ୍ତି ।  ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ।  ଏହି ଭୀଷଣ  ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ବିଦେଶ ଗସ୍ତ ସ୍ଥଗିତ ରଖିଛନ୍ତି । ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଏହି ବିପତ୍ତି ପାଇଁ  କାଲିଫର୍ଣ୍ଣିଆ ର ରାଜ୍ୟପାଳଙ୍କ ଉପରେ  କ୍ରୋଧ ପ୍ରକାଶ କରିଛନ୍ତି ।  

କାଲିଫର୍ଣ୍ଣିଆ ଜଙ୍ଗଲରୁ ନିଆଁ ବ୍ୟାପି ଶତାଧିକ ଘର ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଏଥିସହ ନିଆଁ ବ୍ୟାପିବା ଯୋଗୁ ଏକ ହଜାରରୁ ବି ଅଧିକ ଘର ଜଳି ଯାଇଛି ।  ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳିପୋଡ଼ି ଛାରଖାର ହୋଇଯାଇଛି । ୫ ହଜାର ଏକରରୁ ବି ଅଧିକ ଜମିରେ ଏହି ନିଆଁ ବ୍ୟାପିଥିବା ସୂଚନା ।