ଅସ୍ତ୍ରବିରତିରେ ଆମେରିକାର କୌଣସି ଭୂମିକା ନାହିଁ : ବୈଦେଶିକ ସଚିବଙ୍କ ସ୍ପଷ୍ଟୋକ୍ତି

 ଅସ୍ତ୍ରବିରତିରେ ଆମେରିକାର କିଛି ଭୂମିକା ନାହିଁ । ସ୍ପଷ୍ଟିକରଣ ରଖିଲେ ବୈଦେଶିକ ସଚିବ । ବିକ୍ରମ ମିସ୍ରି କହିଲେ,  ପରମାଣୁ ସଂକ୍ରାନ୍ତ ଆଲୋଚନା ଟ୍ରମ୍ପଙ୍କ ମିଛ ବୟାନ । 

trump___

trump___ Photograph: (kanakNews)

କନକ ବ୍ୟୁରୋ: ଅସ୍ତ୍ରବିରତିରେ ଆମେରିକାର ଭୂମିକା ନାହିଁ । ସ୍ପଷ୍ଟୀକରଣ ରଖିଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି । କହିଲେ , ପରମାଣୁ ସଂକ୍ରାନ୍ତ ଆଲୋଚନା ଟ୍ରମ୍ପଙ୍କ ମିଛ ବୟାନ । ଏନେଇ ସଂସଦୀୟ କମିଟିକୁ ପହଲଗାମ ଆତଙ୍କବାଦୀ ଆକ୍ରମଣର  ପରେ ହୋଇଥିବା ଭାରତ-ପାକିସ୍ତାନ ସଂଘର୍ଷ ସଂକ୍ରାନ୍ତରେ ଅବଗତ କରିଛନ୍ତି । 

ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଥିବା କଥା ଯାହା  ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରୁଛନ୍ତି ସେନେଇେ ସ୍ପଷ୍ଟ ଉତ୍ତର ରଖିଛନ୍ତି  ବିକ୍ରମ ମିସ୍ରି । କହିଛନ୍ତି, ଟ୍ରମ୍ପ କିମ୍ବା ଆମେରିକା ପ୍ରଶାସନର ଯୁଦ୍ଧ ବିରତିରେ କୌଣସି ଭୂମିକା ନାହିଁ । ଏ ବାବଦରେ କିଛି କରିବା ପାଇଁ ଟ୍ରମ୍ପ ଭାରତଠୁ କୌଣସି ଅନୁମତି ପାଇନାହାନ୍ତି । ସେ କେବଳ ଚର୍ଚ୍ଚାରେ ରହିବା ପାଇଁ ଚାହୁଥିଲେ, ସେଥିପାଇଁ ନିଜକୁ ସୁହାଇଲାଭଳି ବୟାନ ଦେଉଥିଲେ । ତେବେ ବୈଦେଶିକ ସଚିବ କହିଛନ୍ତି, ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀମାନେ ପାକିସ୍ତାନର ମାଷ୍ଟରମାଇଣ୍ଡ ସହ ଯୋଗାଯୋଗରେ ଥିଲେ । ଜାତିସଂଘ ଦ୍ବାରା ଘୋଷିତ ଆତଙ୍କୀ ପାକିସ୍ତାନରେ ଖୋଲା ଖୋଲି ବୁଲୁଛନ୍ତି ବୋଲି କହିଛନ୍ତି ବିକ୍ରମ ମିସ୍ରି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe