କନକ ବ୍ୟୁରୋ: ଅସ୍ତ୍ରବିରତିରେ ଆମେରିକାର ଭୂମିକା ନାହିଁ । ସ୍ପଷ୍ଟୀକରଣ ରଖିଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି । କହିଲେ , ପରମାଣୁ ସଂକ୍ରାନ୍ତ ଆଲୋଚନା ଟ୍ରମ୍ପଙ୍କ ମିଛ ବୟାନ । ଏନେଇ ସଂସଦୀୟ କମିଟିକୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ପରେ ହୋଇଥିବା ଭାରତ-ପାକିସ୍ତାନ ସଂଘର୍ଷ ସଂକ୍ରାନ୍ତରେ ଅବଗତ କରିଛନ୍ତି ।
ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଥିବା କଥା ଯାହା ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରୁଛନ୍ତି ସେନେଇେ ସ୍ପଷ୍ଟ ଉତ୍ତର ରଖିଛନ୍ତି ବିକ୍ରମ ମିସ୍ରି । କହିଛନ୍ତି, ଟ୍ରମ୍ପ କିମ୍ବା ଆମେରିକା ପ୍ରଶାସନର ଯୁଦ୍ଧ ବିରତିରେ କୌଣସି ଭୂମିକା ନାହିଁ । ଏ ବାବଦରେ କିଛି କରିବା ପାଇଁ ଟ୍ରମ୍ପ ଭାରତଠୁ କୌଣସି ଅନୁମତି ପାଇନାହାନ୍ତି । ସେ କେବଳ ଚର୍ଚ୍ଚାରେ ରହିବା ପାଇଁ ଚାହୁଥିଲେ, ସେଥିପାଇଁ ନିଜକୁ ସୁହାଇଲାଭଳି ବୟାନ ଦେଉଥିଲେ । ତେବେ ବୈଦେଶିକ ସଚିବ କହିଛନ୍ତି, ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀମାନେ ପାକିସ୍ତାନର ମାଷ୍ଟରମାଇଣ୍ଡ ସହ ଯୋଗାଯୋଗରେ ଥିଲେ । ଜାତିସଂଘ ଦ୍ବାରା ଘୋଷିତ ଆତଙ୍କୀ ପାକିସ୍ତାନରେ ଖୋଲା ଖୋଲି ବୁଲୁଛନ୍ତି ବୋଲି କହିଛନ୍ତି ବିକ୍ରମ ମିସ୍ରି ।