କନକ ବ୍ୟୁରୋ : ଆମେରିକାର କାର୍ଲିଫର୍ଣ୍ଣିଆରେ ବୁଧବାର ରାତିରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଆମେରିକା ନୌସେନାର ଏକ ଏଫ-୩୫ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି । ଆମେରିକା ନୌସେନାର ସୂଚନା ମୁତାବକ ବିମାନରେ ଥିବା ପାଇଲଟ ଦୁର୍ଘଟଣାର ଅଭାସ ପାଇଁ ପାରାଚ୍ୟୁଟ୍ ସହାୟତାରେ ଓହ୍ଲାଇ ଆସିଥିଲେ । ସେପଟେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି, ବିମାନ କ୍ରାସର ପ୍ରକୃତ କାରଣ କ'ଣ ?
ଏନେଇ ଆମେରିକା ନୌସେନା ତରଫରୁ ଯାଂଚ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଏଫ-୩୫ ବିମାନ କ୍ରସ ପରେ ଆମେରିକା ଯେଉଁ ଟେକ୍ନୋଲୋଜୀକୁ ନେଇ ଗର୍ବ କରୁଥିଲା ତା ଉପରେ ପ୍ରଶ୍ନ ଉଠିଛି । ଏଫ-୩୫ ବିଶ୍ୱର ସବୁଠାରୁ ଆଡଭାନ୍ସ ଯୁଦ୍ଧ ବିମାନ ଭିତରେ ଗଣତି କରାଯାଏ । ଏବେ ଏହାର କ୍ରାସ ହେବା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନବାଚୀ ।
ଆମେରିକା ଯେଉଁ ଯୁଦ୍ଧ ବିମାନକୁ ନେଇ ସାରା ବିଶ୍ୱରେ ନିଜକୁ ଗର୍ବ ଅନୁଭବ କରୁଥିଲା ଏବେ ତାହା ଗୋଟିଏ ପରେ ଗୋଟିଏ ନଷ୍ଟ ହେବାରେ ଲାଗିଛି । ପଞ୍ଚମପୀଢିର ଏହି ଯୁଦ୍ଧ ବିମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଲାଣି । ଦୁର୍ବଳ ଟେକ୍ନୋଲୋଜୀ, ମହଙ୍ଗା ମେଣ୍ଟନାନ୍ସ କାରଣରୁ ଏହା ଏବେ ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି । କେବଳ କାର୍ଲିଫର୍ଣ୍ଣିଆରେ ନୁହେଁ ଜୁନ ୧୪ ତାରିଖରେ ବ୍ରିଟେନ ରାୟାଲ ନେଭିର ଏକ ଏଫ-୩୫ବି ବିମାନ କେରଳର ଥିରୁଅନନ୍ତପୁରମ ବିମାନବନ୍ଦରରେ ଆପତକାଳୀନ ଲ୍ୟାଣ୍ଡିଂ କରିଥିଲା । ଟେକନିକ ଖରାପ କାରଣରୁ ଏହା ଗୋଟିଏ ମାସ ଧରି ପଡିରହିଥିଲା ।
ଯଦି ଆମେ ଏହି ବିମାନର ଦୁର୍ଘଟଣା ଇତିହାସ ଦେଖିବା ତେବେ
୨୦୨୪ ମେ ମାସରେ ନ୍ୟୁ ମେକସିକୋରେ
୨୦୨୩ ସେପ୍ଟେମ୍ବରରେ ସାଉଥ୍ କରୋଲିନାରେ
୨୦୨୨ ଅକ୍ଟୋବର ମାସରେ ୟୁଟା ଏୟାରବେସରେ
୨୦୨୨ ଜାନ୍ରୁଆରୀରେ କାର୍ଲ ବିସ୍ନନରେ
୨୦୨୨ ଜାନୁଆରେ ସାଉଥ କୋରିଆରେ
୨୦୨୧ ନଭେମ୍ବର ମାସରେ ବ୍ରିଟେନରେ
୨୦୨୦ ସେପ୍ଟେମ୍ବର ମାସରେ କାର୍ଲିଫର୍ଣ୍ଣିଆରେ
୨୦୨୦ ମେ ମାସରେ ଫ୍ଲୋରିଡାରେ
୨୦୧୯ ଏପ୍ରିଲ ମାସରେ ଜାପାନରେ
୨୦୧୮ ସେପ୍ଟେମ୍ବର ମାସରେ ସାଉଥ୍ କରୋଲିନାରେ ଦୁର୍ଘଟଣାରେ ଶିକାର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/31/27-2025-07-31-11-04-27.jpg)