କନକବ୍ୟୁରୋ : ଇସ୍ରାଏଲ ଓ ଇରାନ  ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା  ।  ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସୋସିଆଲ ଜରିଆରେ ସୂଚନା ଦେଇଛନ୍ତି  । ଯୁଦ୍ଧର ଦଶମ ଦିନରେ ଇସ୍ରାଏଲ ସପକ୍ଷରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ।

Advertisment

ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଅଶଙ୍କା ଦେଖାଦେଇଛି । ଜୁନ୍ ୧୩ ରେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ସେବେ ଠାରୁ ଉଭୟ ଦେଶ ପରସ୍ପର ଉପରେ ଘନ ଘନ ଆକ୍ରମଣ କରୁଛନ୍ତି । ଇସ୍ରାଏଲ ଆକ୍ରମଣରେ ଇରାନରେ ପ୍ରାୟ ୫ ଶହ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହା ଭିତରେ ଇରାନର ବରିଷ୍ଠ ସେନାଧିକାରୀ, ପରମାଣୁ ବୈଜ୍ଞାନିକ ଅଛନ୍ତି । ସେପଟେ ଇସ୍ରାଏଲ ଉପର ଇରାନ ଘନ ଘନ ଡ୍ରୋନ୍ ଓ ମିସାଇଲ ମାଡ଼ କରୁଛି । ଫଳରେ ଇସ୍ରାଏଲରେ ମଧ୍ୟ କ୍ଷୟକ୍ଷତି ହୋଇଛି ।