କନକ ବ୍ୟୁରୋ : ଟ୍ରାଫିକରେ ଅଟକି ଥିଲା ଗାଡି । ହଠାତ୍ ଆକାଶରୁ ଖସିଲା ବିମାନ । ଚାଲିଗଲା ୩ ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ସୂଚନା । ତେବେ ଏପରି ଏକ ଦୁର୍ଘଟଣା ଘଟିଛି ବ୍ରାଜିଲର ସାଲୋ ପାଉଲୋ ଟ୍ରାଫିକରେ । ଏକ ଛୋଟ ବିମାନ ରାସ୍ତାରେ ଖସିପଡିଯିବାରୁ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାରେ ବିମାନରେ ଥିବା ପାଇଲଟ, ଜଣେ ଓକିଲ ମୋଟିଭେସନାଲ ସ୍ମିକରଙ୍କର ମୃତ୍ୟୁ ହୋଇଛି । ତେବେ ବିମାନଟି ପୋର୍ଟୋ ଏଲେଗ୍ରେ ଯାଉଥିଲା । କ୍ରାସ ହେବା ସମୟରେ ବିମାନଟି ପ୍ରଥମେ ଏକ ପବ୍ଲିକ ବସ୍ ସହ ପିଟି ହୋଇଥିଲା । ଆଉ ଦେଖୁ ଦେଖୁ ବିମାନରେ ନିଆଁ ଲାଗିଯାଇଥିଲା।
ଉଡାଣର ୫ ମିନିଟି ପରେ ଦୁର୍ଘଟଣା
କ୍ରାସ ପରେ ଚାରିପାଖରେ ଭୀଷଣ ନିଆଁ ଲାଗିଯାଇଥିଲା । ଯେଉଁଥରେ ଅନେକ ଲୋକ ମଧ୍ୟ ଗୁରୁତର ହୋଇଛନ୍ତି। ସୂଚନାମୁତାବକ, ବିମାନଟି ସକାଳ ୭ ଟା ୧୧ ରେ ଉଡାଣ ଭରିଥିଲା । ଉଡାଣର ମାତ୍ର ୫ ମିନିଟ୍ ପରେ କଣ୍ଟ୍ରୋଲ ଟାୱାର ରୁ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ୭ଟା ୨୦ ରେ ବିମାନ କ୍ରାସ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/15/xyqVprlmearjMsuQrMHR.jpg)