କନକ ବ୍ୟୁରୋ: ବିଜେଡିରୁ ନିଲମ୍ୱିତ ହେଲେ ଅମରେଶ ଜେନା । ଭୁବନେଶ୍ୱର କର୍ପୋରେଟରଙ୍କୁ ନିଲମ୍ୱନ କଲା ବିଜେଡି । ଗିରଫ ପରେ ତାଙ୍କୁ ଦଳରୁ ନିଲମ୍ୱନ କରାଯାଇଛି । ଦଳ ସଭାପତିଙ୍କ ନିର୍ଦ୍ଦେଶ ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱରରୁ ବିଜେଡି ନେତାଙ୍କୁ ଗିରଫ କରିଥିଲା ପୁଲିସ । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି ୫ ଜଣ ସହଯୋଗୀ ଗିରଫ ହୋଇଥିଲେ । 

Advertisment

କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲା । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍‌ ନଂ-୩୯୪ରେ ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା । ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମଇନା କରାଇବା ସହ ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଛି ।