କନକ ବ୍ୟୁରୋ : ୱାକର୍ଫ ବିଲରେ ହେବ ସଂଶୋଧନ। ଜେପିସି ରିପୋର୍ଟ ଅନୁଯାୟୀ ବିଲରେ ପରିବର୍ତ୍ତନ ହେବ। ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ କରାଯିବ। ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିଶ କରିଥିଲା। ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଯାଇଛି। ବିଜେପି ଏବଂ ସହଯୋଗୀ ଦଳ ଦେଇଥିବା ୨୩ ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି। ସଂଶୋଧନରେ ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ନୋମିନେଟ କରିବାର ବ୍ୟବସ୍ଥା ରହିଛି। ଏଥିସହ ଅତି କମରେ ଦୁଇ ଜଣ ମହିଳାଙ୍କୁ ବୋର୍ଡରେ ରଖିବାକୁ ନିଷ୍ପତ୍ତି ହୋଇଛି।
ୱାକଫ୍ ବିଲରେ ହେବ ସଂଶୋଧନ । ଜେପିସି ରିପୋର୍ଟ ମୁତାବକ ବିଲରେ ୧୪ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
Advertisment
Follow Us