କନକ ବ୍ୟୁରୋ: ପ୍ରତିଯୋଗିତାମୂଳକ ଯୁଗରେ ପିଲାମାନେ ଅଧିକ ସକ୍ରିୟ ହୋଇଛନ୍ତି । ପାଠପଢିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଦେଇ ଗତି କରିବାକୁ ପଡୁଛି । କିନ୍ତୁ ୧୮ ବର୍ଷ ନହେବା ଯାଏଁ ସେମାନେ ଗାଡି ଚଳାଇପାରିବେ ନାହିଁ ବୋଲି ମୋଟର ଯାନ ଆଇନ କହୁଛନ୍ତି । ଏହାଦ୍ବାରା ନାବାଳକ ଓ ଅଭିଭାବକ ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏଥିପାଇଁ ମୋଟର ଯାନ ଆଇନରେ ବଡ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିରେ ନାବାଳକଙ୍କ ଯାନ ଚଳାଇବା ପ୍ରସଙ୍ଗକୁ ଧ୍ୟାନରେ ରଖାଯାଇଛି । ପ୍ରସ୍ତାବ ଅନୁସାରେ,
-୧୬ ବର୍ଷ ପୂରିଥିବା କିଶୋର, କିଶୋରୀ ଇ-ସ୍କୁଟର ଚଳାଇପାରିବେ
-ଡିଜାଇନ, ସ୍ପିଡ ଲିମିଟ ଓ ଇଞ୍ଜିନ ଶକ୍ତିକୁ ଧ୍ୟାନରେ ରଖିବାକୁ ପଡିବ
-ନାବାଳକ କ୍ଷେତ୍ରରେ ଯାନର ସର୍ବାଧିକ ଗତି ୨୫ କିମି ପ୍ରତିଘଣ୍ଟା ନିର୍ଦ୍ଧାରଣ କରାଯାଇଛି
୧୯୮୮ର ସଂଶୋଧିତ ମଟର ଯାନ ଆଇନରେ ଯାନର ଇଞ୍ଜିନ କ୍ଷମତା ବି ନିର୍ଧାରଣ କରାଯାଇଛି
-ଏହି ଯାନର ଇଞ୍ଜିନ କ୍ଷମତା ୫୦ ସିସି ରହିବ
-ମୋଟର ପାୱାର ସର୍ବାଧିକ ୧୫ଶହ ୱାଟ ନିର୍ଧାରଣ କରାଯାଇଛି
-ଅଟୋମେଟିକ ଗିୟର ଥିବା ଯାନର ଲର୍ଣ୍ଣର ଲାଇସେନ୍ସ ମିଳିବ ନାହିଁ
-ଲାଇସେନ୍ସ ପାଇଁ ଦରକାର ଅଭିଭାବକଙ୍କ ସହମତି
କେନ୍ଦ୍ର ସରକାରଙ୍କ ଏଭଳି ପ୍ରସ୍ତାବକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି । ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ମୋଟର ଯାନ ଆଇନ ସଂଶୋଧନ ପ୍ରସ୍ତାବ ଆଗତ ହେବା ସମ୍ଭାବନା ରହିଛି । ସେହିଭଳି ଓଭର ସ୍ପିଡିଂ ପାଇଁ ଜରିମାନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/IyFSZKOGGEzfZ6gCAVC1.jpg)