ରାଜପାଲ ଯାଦବଙ୍କ ପରେ ଅମୀଷାଙ୍କ ପାଳି । ଅଭିନେତ୍ରୀଙ୍କ ବିରୋଧରେ ନନ୍ ବେଲେବଲ୍ ୱାରେଣ୍ଟ

Advertisment

ଚେକ୍ ବାଉନ୍ସ ମାମଲାକୁ ନେଇ ଏବେ ଆକ୍ସନ୍‌ ମୋଡ୍‌ରେ  ଆଇନ । ବଲିଉଡ୍ କମେଡିଆନ୍  ରାଜପାଲ ଯାଦବ ଏହି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଏବେ ଅଭିନେତ୍ରୀ ଅମୀଷା ପଟେଲଙ୍କ ପାଳି । କାରଣ ଚେକ୍ ବାଉନ୍ସ ମାମଲାରେ ଅମୀଷାଙ୍କ ବିରୋଧରେ ନନ୍ ବେଲେବଲ୍ ୱାରେଣ୍ଟ ଜାରି କରିଛନ୍ତି ମୁରାଦାବାଦ୍ କୋର୍ଟ

ଚେକ୍ ବାଉନ୍ସ ମାମଲାକୁ ନେଇ ଏବେ ଆକ୍ସନ୍‌ ମୋଡ୍‌ରେ  ଆଇନ । ବଲିଉଡ୍ କମେଡିଆନ୍  ରାଜପାଲ ଯାଦବ ଏହି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଏବେ ଅଭିନେତ୍ରୀ ଅମୀଷା ପଟେଲଙ୍କ ପାଳି । କାରଣ ଚେକ୍ ବାଉନ୍ସ ମାମଲାରେ ଅମୀଷାଙ୍କ ବିରୋଧରେ ନନ୍ ବେଲେବଲ୍ ୱାରେଣ୍ଟ ଜାରି କରିଛନ୍ତି ମୁରାଦାବାଦ୍ କୋର୍ଟ

Amisha-patil-

କନକ ବ୍ୟୁରୋ: ଚେକ୍ ବାଉନ୍ସ ମାମଲାକୁ ନେଇ ଏବେ ଆକ୍ସନ୍‌ ମୋଡ୍‌ରେ  ଆଇନ । ବଲିଉଡ୍ କମେଡିଆନ୍  ରାଜପାଲ ଯାଦବ ଏହି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଏବେ ଅଭିନେତ୍ରୀ ଅମୀଷା ପଟେଲଙ୍କ ପାଳି । କାରଣ ଚେକ୍ ବାଉନ୍ସ ମାମଲାରେ ଅମୀଷାଙ୍କ ବିରୋଧରେ ନନ୍ ବେଲେବଲ୍ ୱାରେଣ୍ଟ ଜାରି କରିଛନ୍ତି ମୁରାଦାବାଦ୍ କୋର୍ଟ ।

କେବେ ନିଜ ଲଗଜରି ବ୍ୟାଗକୁ ନେଇ ତ କେବେ ୱାନ୍ ନାଇଟ୍ ଷ୍ଟାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏବେ ପୁଣି ଚର୍ଚ୍ଚାରେ । ମୁରାଦାବାଦ୍ କୋର୍ଟ ତାଙ୍କ ବିରୋଧରେ ଊନବି ଡବ୍ଲ୍ୟୁ ଜାରି କରିବା ପରେ ଏନେଇ ସେ ନିଜେ ପୋଷ୍ଟ କରିଛନ୍ତି । ୨୦୧୭ର ଏକ ଚେକ୍ ବାଉନ୍ସ କେସ୍ର ଶୁଣାଣି ପେବ୍ରୁଆରି ୧୬ରେ ହେବାର ଥିଲା । କିନ୍ତୁ ଅମୀଷା କୋର୍ଟରେ ପହଞ୍ଚିନଥିଲେ । ତେଣୁ  ତାଙ୍କ ବିରୋଧରେ ନନ୍ ବେଲେବଲ୍ ୱାରେଣ୍ଟ ଇସ୍ୟୁ କରିଛନ୍ତି କୋର୍ଟ । ଏହାପରେ ପୂରା ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି । 

ଅଧିକ ପଢ଼ନ୍ତୁ :ରୋହିତ୍ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଜେଲରୁ ରଚାଯାଇଥିଲା ଷଡ଼ଯନ୍ତ୍ର

ଅମୀଷା କହିଛନ୍ତି, ଏ ମାମଲା ବହୁତ ପୁରୁଣା । ମିଡିଆରେ କୁହାଯାଉଛି , ମୁରାଦାବାଦର ପବନ ବର୍ମା କିଛି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏ ଘଟଣା ଦୀର୍ଘ ବର୍ଷର । ପବନ ବର୍ମା ଏକ ସେଟେଲମେଣ୍ଟ ଡିଡ୍ ରେ ସାଇନ୍ କରିଥିଲେ, ଏଥିପାଇଁ ପୂରା ଟଙ୍କା ବି ନେଇଥିଲେ । ଏ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବି ସେ ମିଛ ଅଭିଯୋଗ ଆଣିଛନ୍ତି । ମୋ ଓକିଲ କିନ୍ତୁ ଏ ଲୋକର ମିଛ ସାମ୍ନାକୁ ଆଣିବାକୁ ଠକାମୀର ମାମଲା ଦାଏର କରିଛନ୍ତି । ଏହାକୁ ବାଦ ଦେଇ ମୁଁ ମୋ କାମରେ ଧ୍ୟାନ ଦେଉଛି । ମୁଁ ସେଭଳି ଲୋକଙ୍କୁ ଅଣଦେଖା କରୁଛି ଯେଉଁମାନେ ମିଛ ବାହାନା କରି ମୋ ଉପରେ ଅଭିଯୋଗ ଲଦି ଦେଉଛନ୍ତି, ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି ’ । 

ଅମୀଷାଙ୍କ ଏ ମାମଲା ଇଭେଣ୍ଟ ,ଅର୍ଗାନାଇଜ୍ ପୱନ ବର୍ମାଙ୍କ ଅଭିଯୋଗଠାରୁ ଆରମ୍ଭ ହୋଇଥିଲା। ୨୦୧୭ରେ ପବନ ବର୍ମା ଅମୀଷାଙ୍କ ଉପରେ ଦୋଷ ଲଗାଇଥିଲେ ଯେ, ୨୦୧୭ରେ ଏ ବିବାହ ଉତ୍ସବରେ ପରଫର୍ମ କରିବାକୁ ଅମୀଷାଙ୍କୁ ୧୪ ଲକ୍ଷ ୫୦ ହଜାର ଟଙ୍କା ଆଡଭାନ୍ସ ଦେଇଥିଲେ । କିନ୍ତୁ ଅମୀଷା ଇଭେଣ୍ଟକୁ ଆସିଲେନାହିଁ । ପଇସା  ଫେରାଇବାକୁ ଅମୀଷା କଥା ଦେଇଥିଲେ । ସେଥିରୁ ୧୦ ଲକ୍ଷର କ୍ୟାସ୍ ଦେଇଥିଲେ ଏବଂ  ୪ ଲକ୍ଷ ଟଙ୍କା ଚେକରେ ଦେଇଥିଲା ଯାହା ବାଉନ୍ସ ହୋଇଯାଇଥିଲା । ସେ ଟଙ୍କା ସେ ଆଜିଯାଏଁ ଫେରାଇନାହାଁନ୍ତି ବୋଲି କୁହାଯାଉଛି । କିନ୍ତୁ ସବୁ ଟଙ୍କା  ଫେରାଇ ଘଟଣାର ସମାଧାନ ହୋଇସାରିଥିଲା ବୋଲି କହିଛନ୍ତି ଅମୀଷା । 

ଆଉ ଏକ ଘଟଣା ହେଉଛି ୨୦୨୩ର ଯେବେ  ଅମୀଷା ଚେକ୍ ବାଉନ୍ସ କେସରେ ରାଞ୍ଚି ସିଭିଲ କୋର୍ଟରେ ସରେଣ୍ଡର କରିଥିଲେ । ୨୦୧୮ରେ ଯେବେ ଅମୀଷା ହରମୁ ଗ୍ରାଉଣ୍ଡ ଏକ ପ୍ରୋଗ୍ରାମରେ ଯୋଗ ଦେବାକୁ ଯାଇଥିଲେ ,ସେଠାରେ ବିଜନେସମ୍ୟାନ୍ ଅଜୟ କୁମାର ସିଂହଙ୍କ ସହ ତାଙ୍କ ଦେଖା ହୋଇଥିଲା । ସେଠାରେ ତାଙ୍କ ସହ ଏକ ଫିଲ୍ମ ପାଇଁ ନିବେଶ କରିବାକୁ ବି ଦୁହିଁଙ୍କ ଭିତରେ ଆଲୋଚନା ହୋଇଥିଲା। ଫିଲ୍ମ ବି ତିଆରି ହୋଇଥିଲା କିନ୍ତୁ କୌଣସି କାରଣ ବଶତଃ ଫିଲ୍ମଟି ରିଲିଜ୍ ହୋଇପାରିଲା ନାହିଁ। ତେଣୁ ନିଜର ସାଢ଼େ ଦୁଇକୋଟି ଫେରାଇବାକୁ ଅଜୟ ସିଂ ଦାବି କରିଥିଲେ। ଅମୀଷା ସାଢ଼େ ଦୁଇ କୋଟିର ଚେକ୍ ଦେଇଥିଲେ ବି ତାହା ବାଉନ୍ସ ହୋଇଯାଇଥିଲା। ତେଣୁ ତାଙ୍କୁ ସରେଣ୍ଡର କରିବାକୁ ପଢ଼ିଥିଲା। ଏବେ ଏହି ଘଟଣା ପୁଣି ମୁଣ୍ଡ ଟେକିଛି ।


   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe