କନକ ବ୍ୟୁରୋ: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ । ରାସ୍ତାରୁ ପାଖାପାଖି ୧୫ରୁ ୨୦ ଫୁଟ ତଳକୁ ଖସିଯାଇଛି ଆମ୍ବୁଲାନ୍ସ । ଗତକାଲି ଏମକେସିଜି ହସ୍ପିଟାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ରାୟଗଡା ଜିଲ୍ଲାର ଗୋଇବନ୍ଧା ଘାଟିରେ ଘଟିଛି ଦୁର୍ଘଟଣା ।
ଘାଟିରେ ବ୍ରେକ୍ ମାରିବାକୁ ଅନେକ ଚେଷ୍ଟା କରୁଥିଲେ ବି ବ୍ରେକ୍ ଫେଲ୍ ହେବାରୁ ଗାଡ଼ିକୁ ନିୟନ୍ତ୍ରଣ କରିବା ଡ୍ରାଇଭର ପକ୍ଷରେ ସମ୍ଭବ ନଥିଲା । ଆଉ ଶେଷରେ ଘାଟି ତଳକୁ ଖସିପଡ଼ିଥିଲା ଆମ୍ବୁଲାନ୍ସ । ଗତ ୨ ଦିନ ତଳେ ଆମ୍ବୁଲାନ୍ସର ବ୍ରେକ୍ ମରାମତି କରାଯାଇଥିଲେ ବି ଭଲଭାବରେ କାମ ହୋଇନଥିବାରୁ ଏଭଳି ସମସ୍ୟା ହୋଇଥାଇପାରେ ବୋଲି ଡ୍ରାଇଭର ଜଣକ କହିଛନ୍ତି । ଦୁର୍ଘଟଣାରେ ଆଟେଣ୍ଡାଣ୍ଟ୍ ଓ ଫାର୍ମାସିଷ୍ଟ ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/12/reqkB5IUN7TIajO1pw7e.jpg)