ରାସ୍ତା ମଝିରେ ଫାଟିଲା ଆମ୍ବୁଲାନ୍ସ ଚକା ; ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ରାସ୍ତାରେ ଫାଟିଲା ୧୦୮ ଆମ୍ବୁଲାନ୍ସ ଟାୟାର । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡ଼ା ଜାତୀୟ ରାଜପଥ ଗୋପ ଛକ ନିକଟରେ ଅଘଟଣ ।

KENDRAPARA AMBULANCE _01 (1)

କନକ ବ୍ୟୁରୋ:  ରାସ୍ତାରେ ଫାଟିଲା ୧୦୮ ଆମ୍ବୁଲାନ୍ସ ଟାୟାର । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡ଼ା ଜାତୀୟ ରାଜପଥ ଗୋପ ଛକ ନିକଟରେ ଆମ୍ବୁଲାନ୍ସ ଟାୟାର ଫାଟି ଅଘଟଣ ଘଟିଛି । ରାଜକନିକା ଅଞ୍ଚଳର ଜଣେ ବୃଦ୍ଧାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଉଥିଲା । ଗୋପ ଛକ ନିକଟରେ ଟାୟାର ଆମ୍ବୁଲାନ୍ସ ଟାୟାର ଫାଟିଥିଲା । ତେବେ ଡ୍ରାଇଭର ଗାଡ଼ିଟିକୁ ଅତି ସାବଧାନତା ସହ ରାସ୍ତା କଡକୁ ଆଣିଥିଲେ । ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, ଗାଡ଼ିର ଚକା ବଦଳାଇ, ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ତେବେ ଏଥିପାଇଁ ଅଧଘଣ୍ଟା ବିଳମ୍ବରେ ରୋଗୀ ସ୍ଥାନାନ୍ତର ହୋଇଥିଲା । ଯାହା ରୋଗୀଙ୍କ ଜୀବନ ପ୍ରତି ବିପଦ ବୋଲି ସମ୍ପର୍କୀୟ କହିଛନ୍ତି । ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ କେତେ ସୁରକ୍ଷିତ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe