କନକ ବ୍ୟୁରୋ: ରାସ୍ତାରେ ଫାଟିଲା ୧୦୮ ଆମ୍ବୁଲାନ୍ସ ଟାୟାର । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡ଼ା ଜାତୀୟ ରାଜପଥ ଗୋପ ଛକ ନିକଟରେ ଆମ୍ବୁଲାନ୍ସ ଟାୟାର ଫାଟି ଅଘଟଣ ଘଟିଛି । ରାଜକନିକା ଅଞ୍ଚଳର ଜଣେ ବୃଦ୍ଧାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଉଥିଲା । ଗୋପ ଛକ ନିକଟରେ ଟାୟାର ଆମ୍ବୁଲାନ୍ସ ଟାୟାର ଫାଟିଥିଲା । ତେବେ ଡ୍ରାଇଭର ଗାଡ଼ିଟିକୁ ଅତି ସାବଧାନତା ସହ ରାସ୍ତା କଡକୁ ଆଣିଥିଲେ । ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, ଗାଡ଼ିର ଚକା ବଦଳାଇ, ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ତେବେ ଏଥିପାଇଁ ଅଧଘଣ୍ଟା ବିଳମ୍ବରେ ରୋଗୀ ସ୍ଥାନାନ୍ତର ହୋଇଥିଲା । ଯାହା ରୋଗୀଙ୍କ ଜୀବନ ପ୍ରତି ବିପଦ ବୋଲି ସମ୍ପର୍କୀୟ କହିଛନ୍ତି । ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ କେତେ ସୁରକ୍ଷିତ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାସ୍ତା ମଝିରେ ଫାଟିଲା ଆମ୍ବୁଲାନ୍ସ ଚକା ; ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ
ରାସ୍ତାରେ ଫାଟିଲା ୧୦୮ ଆମ୍ବୁଲାନ୍ସ ଟାୟାର । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡ଼ା ଜାତୀୟ ରାଜପଥ ଗୋପ ଛକ ନିକଟରେ ଅଘଟଣ ।
/kanak/media/media_files/2025/10/03/kendrapara-ambulance-_01-1-2025-10-03-18-02-01.jpg)