କନକ ବ୍ୟୁରୋ : ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଦେଢ କିଲୋମିଟର କାଦୁଅ ରାସ୍ତାରେ ଚାଲିଚାଲି ଗଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବେଦୁରୁପାଲି ଗାଁରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । କାଦୁଅ ରାସ୍ତା ଯୋଗୁଁ ଗାଁରେ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ଫଳରେ ବାଧ୍ୟହୋଇ ଗର୍ଭବତୀଙ୍କୁ ଚଲାଇ ଚଲାଇ ଆଣିଲେ ଆଶା ଦିଦି ଏବଂ ସମ୍ପର୍କୀୟ । ସୂଚନା ଅନୁସାରେ ଗାଁର କନକ ଦେଈ ଦୁରୁଆଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଗାଁର ଆଶା ଦିଦି । କିନ୍ତୁ କାଦୁଅ ରାସ୍ତା ପାଇଁ ଗାଁକୁ ଯାଇପାରିନଥିଲା ଆମ୍ବୁଲାନ୍ସ । ଶେଷରେ ଚଲାଇ ଚଲାଇ କତାପାଲି ଛକ ଯାଏଁ ଆଣିଥିଲେ ପରିବାର ଏବଂ ଆଶାଦିଦି । ଗର୍ଭଯନ୍ତ୍ରଣା ଭିତରେ ରାସ୍ତା ଯନ୍ତ୍ରଣା ଲୋକଙ୍କ ପାଇଁ ଦ୍ବିଗୁଣିତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us