କନକ ବ୍ୟୁରୋ : ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଦେଢ କିଲୋମିଟର କାଦୁଅ ରାସ୍ତାରେ ଚାଲିଚାଲି ଗଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବେଦୁରୁପାଲି ଗାଁରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । କାଦୁଅ ରାସ୍ତା ଯୋଗୁଁ ଗାଁରେ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ଫଳରେ ବାଧ୍ୟହୋଇ ଗର୍ଭବତୀଙ୍କୁ ଚଲାଇ ଚଲାଇ ଆଣିଲେ ଆଶା ଦିଦି ଏବଂ ସମ୍ପର୍କୀୟ । ସୂଚନା ଅନୁସାରେ ଗାଁର କନକ ଦେଈ ଦୁରୁଆଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଗାଁର ଆଶା ଦିଦି । କିନ୍ତୁ କାଦୁଅ ରାସ୍ତା ପାଇଁ ଗାଁକୁ ଯାଇପାରିନଥିଲା ଆମ୍ବୁଲାନ୍ସ । ଶେଷରେ ଚଲାଇ ଚଲାଇ କତାପାଲି ଛକ ଯାଏଁ ଆଣିଥିଲେ ପରିବାର ଏବଂ ଆଶାଦିଦି । ଗର୍ଭଯନ୍ତ୍ରଣା ଭିତରେ ରାସ୍ତା ଯନ୍ତ୍ରଣା ଲୋକଙ୍କ ପାଇଁ ଦ୍ବିଗୁଣିତ ହୋଇଛି।
ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର କାଦୁଅ ରାସ୍ତାରେ ଚାଲି ଚାଲି ଗଲେ ଗର୍ଭବତୀ
ଫଳରେ ବାଧ୍ୟହୋଇ ଗର୍ଭବତୀଙ୍କୁ ଚଲାଇ ଚଲାଇ ଆଣିଲେ ଆଶା ଦିଦି ଏବଂ ସମ୍ପର୍କୀୟ । ସୂଚନା ଅନୁସାରେ ଗାଁର କନକ ଦେଈ ଦୁରୁଆଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଗାଁର ଆଶା ଦିଦି ।
/kanak/media/media_files/2025/10/10/19-2025-10-10-12-00-39.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)