ମଝି ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ; ୮ ଘଣ୍ଟା ଧରି ପଡ଼ିରହିଲା ୧୦୮ ଆମ୍ବୁଲାନ୍ସ

Advertisment

ଆମ୍ବୁଲାନ୍ସ ସେବା ପାଇଁ ଅନେକ ରୋଗୀଙ୍କର ଫୋନ କଲ ଆସୁଥିବା ବେଳେ ଦୀର୍ଘ ୭ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତା ମଝିରେ ଗାଡ଼ି ଖରାପ ହୋଇ ପଡିରହିଥିଲା ଗାଡି । ପ୍ରତିଥର ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ପଦାରେ ପଡିଛି ।

ଆମ୍ବୁଲାନ୍ସ ସେବା ପାଇଁ ଅନେକ ରୋଗୀଙ୍କର ଫୋନ କଲ ଆସୁଥିବା ବେଳେ ଦୀର୍ଘ ୭ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତା ମଝିରେ ଗାଡ଼ି ଖରାପ ହୋଇ ପଡିରହିଥିଲା ଗାଡି । ପ୍ରତିଥର ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ପଦାରେ ପଡିଛି ।

Ambulance stopped

Photograph: (Kanak News)

କନକ ବ୍ୟୁରୋ : ପୁଣି ଥରେ ଅଟକିଲା ଆମ୍ବୁଲାନ୍ସ । ରାସ୍ତା ମଝିରେ ଦୀର୍ଘ ୮ ଘଣ୍ଟା ଧରି ପଡି ରହିଛି ୧୦୮ ଆମ୍ବୁଲାନ୍ସ । ଖଇରା ମେଡିକାଲରୁ ଏକ ରୋଗୀ ନେଇ ଭଦ୍ରକ ମେଡିକାଲ ଯାଇଥିଲା ୧୦୮ ଆମ୍ବୁଲାନ୍ସ । ରୋଗୀଙ୍କୁ ଛାଡି ଖଇରା ଫେରୁଥିବା ବେଳେ ସିମୁଳିଆ ବ୍ଲକ ରାମ୍ପ ଛକ ନିକଟରେ ଗାଡି ଚକ ଫାଟିଯାଇଥିଲା । ରାସ୍ତାକଡ଼ରେ ଆମ୍ବୁଲାନ୍ସ କର୍ମଚାରୀ ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ କେହି ଆସିନଥିଲେ କି ସହଯୋଗ କରିନଥିଲେ ।

ଆମ୍ବୁଲାନ୍ସ ସେବା ପାଇଁ ଅନେକ ରୋଗୀଙ୍କର ଫୋନ କଲ ଆସୁଥିବା ବେଳେ ଦୀର୍ଘ ୭ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତା ମଝିରେ ଗାଡ଼ି ଖରାପ ହୋଇ ପଡିରହିଥିଲା ଗାଡି । ପ୍ରତିଥର ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ପଦାରେ ପଡିଛି । ତା ସହିତ ଗାଡ଼ିର ମରାମତି ନହେଉଥିବାରୁ ରୋଗୀ ଯାଉଥିବା ବେଳେ ଆମ୍ବୁଲାନ୍ସ ବାରମ୍ବାର ଖରାପ ହୋଇ ଅଧାରେ ଅଟକି ରହୁଛି । ଯାହାଦ୍ୱାରା ରୋଗୀମାନେ ବେଶ ପ୍ରଭାବିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe