କନକ ବ୍ୟୁରୋ : ପୁଣି ଥରେ ଅଟକିଲା ଆମ୍ବୁଲାନ୍ସ । ରାସ୍ତା ମଝିରେ ଦୀର୍ଘ ୮ ଘଣ୍ଟା ଧରି ପଡି ରହିଛି ୧୦୮ ଆମ୍ବୁଲାନ୍ସ । ଖଇରା ମେଡିକାଲରୁ ଏକ ରୋଗୀ ନେଇ ଭଦ୍ରକ ମେଡିକାଲ ଯାଇଥିଲା ୧୦୮ ଆମ୍ବୁଲାନ୍ସ । ରୋଗୀଙ୍କୁ ଛାଡି ଖଇରା ଫେରୁଥିବା ବେଳେ ସିମୁଳିଆ ବ୍ଲକ ରାମ୍ପ ଛକ ନିକଟରେ ଗାଡି ଚକ ଫାଟିଯାଇଥିଲା । ରାସ୍ତାକଡ଼ରେ ଆମ୍ବୁଲାନ୍ସ କର୍ମଚାରୀ ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ କେହି ଆସିନଥିଲେ କି ସହଯୋଗ କରିନଥିଲେ ।
ଆମ୍ବୁଲାନ୍ସ ସେବା ପାଇଁ ଅନେକ ରୋଗୀଙ୍କର ଫୋନ କଲ ଆସୁଥିବା ବେଳେ ଦୀର୍ଘ ୭ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତା ମଝିରେ ଗାଡ଼ି ଖରାପ ହୋଇ ପଡିରହିଥିଲା ଗାଡି । ପ୍ରତିଥର ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ପଦାରେ ପଡିଛି । ତା ସହିତ ଗାଡ଼ିର ମରାମତି ନହେଉଥିବାରୁ ରୋଗୀ ଯାଉଥିବା ବେଳେ ଆମ୍ବୁଲାନ୍ସ ବାରମ୍ବାର ଖରାପ ହୋଇ ଅଧାରେ ଅଟକି ରହୁଛି । ଯାହାଦ୍ୱାରା ରୋଗୀମାନେ ବେଶ ପ୍ରଭାବିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/09/ambulance-stopped-2025-08-09-10-48-05.jpg)