୧ରୁ ବନ୍ଦ ଆମ୍ବୁଲାନ୍ସ ସେବା , ରାସ୍ତାକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

୧ରୁ ଗଡ଼ିବନି ୧୦୮ ଆମ୍ବୁଲାନ୍ସ ସେବା । ସମାନ କାମକୁ ସମାନ ଦରମା ନ ଦେଲେ ୩୦ ତାରିଖରୁ ୧୦୮ ଆମ୍ବୁଲାନ୍ସର ଜିପିଏସ ବଟନ୍ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ

AMBULANCE

କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ । ୧ରୁ ଗଡ଼ିବନି ୧୦୮ ଆମ୍ବୁଲାନ୍ସ ସେବା । ସମାନ କାମକୁ ସମାନ ଦରମା ନ ଦେଲେ ୩୦ତାରିଖରୁ ୧୦୮ର ଆମ୍ବୁଲାନ୍ସର ଜିପିଏସ ବଟନ୍ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ପ୍ରତି ଜିଲ୍ଲାରୁ ୨୦୦ରୁ ଅଧିକ ପିଲାଙ୍କୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରିଛି ସଂଘ । ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦେବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ନଭେମ୍ବର ୧ ତାରିଖରୁ ସାରା ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ଲାଗି ମହାସଂଘ ଧମକ ଦେଇଛନ୍ତି । 

ବିଶେଷ କରି ଚାଳକମାନେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଡ୍ୟୁଟି କରୁ ଥିବା ବେଳେ ସମାନ ପାରିଶ୍ରମିକ ମିଳୁ ନାହିଁ । ପୂର୍ବରୁ ଜିକିଜା ହେଲଥ କେୟାର ନାମକ ଏକ ଘରୋଇ କମ୍ପାନୀ ଜରିଆରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ହୋଇଥିବା ବେଳେ ବର୍ତ୍ତମାନ ଏମ୍ରି ଗ୍ରୀନ ନାମକ କମ୍ପାନୀ ଏହି ଦାୟିତ୍ୱ ନେବା ପରେ ଅନେକ ଚାଳକ ଦରମା ପାଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜିଲ୍ଲାରେ ଆମ୍ବୁଲାନ୍ସ କର୍ମଚାରୀ ଏହାର ପ୍ରତିବାଦ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe