କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ । ୧ରୁ ଗଡ଼ିବନି ୧୦୮ ଆମ୍ବୁଲାନ୍ସ ସେବା । ସମାନ କାମକୁ ସମାନ ଦରମା ନ ଦେଲେ ୩୦ତାରିଖରୁ ୧୦୮ର ଆମ୍ବୁଲାନ୍ସର ଜିପିଏସ ବଟନ୍ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ପ୍ରତି ଜିଲ୍ଲାରୁ ୨୦୦ରୁ ଅଧିକ ପିଲାଙ୍କୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରିଛି ସଂଘ । ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦେବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ନଭେମ୍ବର ୧ ତାରିଖରୁ ସାରା ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ଲାଗି ମହାସଂଘ ଧମକ ଦେଇଛନ୍ତି ।
ବିଶେଷ କରି ଚାଳକମାନେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଡ୍ୟୁଟି କରୁ ଥିବା ବେଳେ ସମାନ ପାରିଶ୍ରମିକ ମିଳୁ ନାହିଁ । ପୂର୍ବରୁ ଜିକିଜା ହେଲଥ କେୟାର ନାମକ ଏକ ଘରୋଇ କମ୍ପାନୀ ଜରିଆରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ହୋଇଥିବା ବେଳେ ବର୍ତ୍ତମାନ ଏମ୍ରି ଗ୍ରୀନ ନାମକ କମ୍ପାନୀ ଏହି ଦାୟିତ୍ୱ ନେବା ପରେ ଅନେକ ଚାଳକ ଦରମା ପାଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜିଲ୍ଲାରେ ଆମ୍ବୁଲାନ୍ସ କର୍ମଚାରୀ ଏହାର ପ୍ରତିବାଦ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/10/28/VRuGryoZWJREufYNdbK4.jpg)