Photograph: (kanak news)
କନକ ବ୍ୟୁରୋ: ଚିନ୍ତା ବଢ଼ାଇଲାଣି ଆମ୍ବୁଲାନ୍ସ । ଅନେକ ସ୍ଥାନରୁ ଆସୁଛି ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବାର ଦୃଶ୍ୟ । ଗତ ଦୁଇ ଦିନ ଭିତରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି ଭୟଙ୍କର ଚିତ୍ର । ଗଞ୍ଜାମ ପୋଲସରାରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ହିଞ୍ଜିଳିକାଟୁ ନିକଟରେ ଖରାପ ହେବାରୁ ଚାଲିଗଲା ଜୀବନ । ବୁଗୁଡ଼ା ଭିମିଶିଆଳି ଗାଁର ଜଣେ ବ୍ୟକ୍ତି ଶନିବାର ସକାଳେ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ କିଛି କାମୁଡି ଥିବା ବେଳେ ସେ ବୁଗୁଡ଼ା ମେଡିକାଲ ରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ କିନ୍ତୁ ପୁଣି ସନ୍ଧ୍ୟାରେ ଦେହ ଅସୁସ୍ଥ ହେବାରୁ ପୋଲସରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ୧୦୮ ରେ ବ୍ରହ୍ମପୁର ନେବା ବେଳେ ହିଞ୍ଜିଳିକାଟୁ ଶଙ୍ଖ ନିକଟରେ ୧୦୮ ବ୍ରେକ ଡାଉନ୍ ହେବାରୁ ତାଙ୍କୁ ଆସିକାରୁ ୧୦୮ରେ ବ୍ରହ୍ମପୁର ନେବା ବେଳେ ତାଙ୍କର ହୋଇଥିଲା। ୧୦୮ ଆମ୍ବୁଲାନ୍ସର ଅବହେଳା ଯୋଗୁଁ ତାଙ୍କର ମୃତୁ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ସାଲେପୁରରେ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ଯିବା ବେଳେ ଅଧରାସ୍ତାରେ ଖରାପ ହୋଇ ଘଣ୍ଟାଏ ପଡ଼ି ରହିଲା। ଗୁରୁତର ସାପକାମୁଡା ମହିଳା ରୋଗୀଙ୍କୁ ନେଇ କେନ୍ଦ୍ରାପଡାରୁ କଟକ ଅଭିମୁଖେ ବାହାରିଥିଲା ୧୦୮ ଆମ୍ୱୁଲାନ୍ସ। କଟକ ଚାନ୍ଦବାଲି ରାସ୍ତାର କୁଳିଆ ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇ ପ୍ରାୟ ୧ଘଣ୍ଟା ରି ପଡି ରହିଥିଲା। ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀକୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଗଲା। ଏଥିରୁ ସ୍ପଷ୍ଟ ହେଉଛି ୧୦୮ ଆମ୍ବୁଲାନ୍ସ ସେବା ରୋଗୀମାନଙ୍କ ପାଇଁ କେତେ ସୁରକ୍ଷିତ।
ଚିନ୍ତା ବଢ଼ାଇଲାଣି ୧୦୮ ଆମ୍ବୁଲାନ୍ସ
ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବା
ବଦଳୁନି ପୁରୁଣା ୧୦୮ ଆମ୍ବୁଲାନ୍ସ
ଅଧବାଟରେ ଖରାପ ହେଉଛି ଆମ୍ବୁଲାନ୍ସ
ଗତବର୍ଷ ୮୫ଟି ୧୦୮ ଆମ୍ବୁଲାନ୍ସ ହୋଇଥିଲା ଦୁର୍ଘଟଣାଗ୍ରସ୍ତ
ଚଳିତବର୍ଷ ୩୭ଟି ଦୁର୍ଘଟଣାର ରିପୋର୍ଟ
ବେପରୁଆ ଗାଡ଼ି ଚାଳନା ପାଇଁ ୧୭ ଆମ୍ବୁଲାନ୍ସ ଚାଳକ ବିଦା
Follow Us