କନକ ବ୍ୟୁରୋ: ଗାଁକୁ ରାସ୍ତା ନାହିଁ। ରୋଗରେ ପଡ଼ିଲେ ଭେଳା ବୁଡ଼ିଲା। ଏମିତି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର କଲ୍ୟାମସିଂହପୁର ବ୍ଲକର ଦୁର୍ଗମ ଗ୍ରାମ ଇରଗଣ୍ଡା ଗ୍ରାମରେ। ରୋଗରେ ଗୁରୁତର ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି। ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଯୋଜନା କଲେ। ଆମ୍ବୁଲାନ୍ସକୁ ଫୋନ କରି ଡାକିଲେ। ଆମ୍ବୁଲାନ୍ସ ଆସିଲା କିନ୍ତୁ ଘର ପାଖରେ ପହଂଚି ପାରିଲା ନାହିଁ। ତିନି କିମି ଦୂରରେ ଅଟକି ରହିଲା।

Advertisment

ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ସଂପର୍କୀୟ। କଲ୍ୟାଣସିଂହପୁର ବ୍ଲକ ଆରଗଣ୍ଡା ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରାସ୍କା। ୩ ମାସ ହେବ ଅସୁସ୍ଥ ଅଛନ୍ତି। ଗୋଡ ଫୁଲି ଗୁରୁତର ହୋଇଛନ୍ତି। ତାଙ୍କୁ ଅତି ଦୟନୀୟ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି। ଇରଗଣ୍ଡା ଗାଁରେ ପ୍ରାୟ ୩୦ ଘର ରହିଛି। ଗାଁକୁ ରାସ୍ତା ନଥିବାରୁ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କରାଯାଇଛି। କିନ୍ତୁ କୈାଣସି ସମାଧାନ ହୋଇପାରି ନାହିଁ। ଭୋଟ ବେଳେ ରାଜନେତା ଆସନ୍ତି, ରାସ୍ତା ହୋଇଯିବ ବୋଲି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ଭୋଟ ସରିଗଲେ ସବୁ ସରିଯାଏ। କଥା କଥାରେ ରହିଯାଏ।