କନକବ୍ୟୁରୋ :ରାସ୍ତା ଅଭାବରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କେଦୋରାଗୁଡା ଗାଁରେ । ଗାଁର ବାଣୁଆ ମାଝୀଙ୍କ ସ୍ତ୍ରୀ ଲିଲି ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଗଲା । ହେଲେ ଗାଁକୁ ରାସ୍ତା ସୁବିଧା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ଗର୍ଭବତୀ ମହିଳା ଜଣକ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଥିଲେ । ତେବେ ମହିଳା ଜଣକ ଅଧାବାଟରେ ହିଁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ଆମ୍ବାଦଳା ଡାକ୍ତରଖାନାରେ ଉଭୟ ମାଆ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି ।
ଆମ୍ଭୁଲାନ୍ସ ସାଜିଛି ଗ୍ରାମବାସୀଙ୍କ ସ୍ବପ୍ନ : ରାସ୍ତା ସମସ୍ୟାରେ ଜୁଝୁଛନ୍ତି ଗ୍ରାମବାସୀ
ରାସ୍ତା ଅଭାବରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କେଦୋରାଗୁଡା ଗାଁରେ ।
/kanak/media/media_files/2025/01/31/8EfyWUCLTY2WFiB58OqQ.jpg)