କନକ ବ୍ୟୁରୋ: ନିଶାରେ ଶୋଇପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଛନ୍ତି । ଡ଼୍ରାଇଭରଙ୍କ ମଦ୍ୟପାନ ଯୋଗୁଁ ଅଧା ରାସ୍ତାରେ ଅଟକିଥିଲା ଗର୍ଭବତୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ । ସୂଚନାନୁଯାୟୀ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ l ହେଲେ ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ l ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ବେପରୁଆ ଗାଡ଼ି ଚାଳନା ସହ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଦେଇ ଡ୍ରାଇଭର ଜଣଙ୍କ ଗାଡ଼ିରେ ଶୋଇ ପଡିଥିଲେ l ଏପରିକି ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠି ନଥିଲେ l ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ ।
୧୦୮ ଆମ୍ବୁଲାନ୍ସ ଡ୍ରାଇଭର ନିଶାରେ ଶୋଇପଡ଼ିଲେ, ଗର୍ଭବତୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ
ନିଶାରେ ଶୋଇ ପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପାରୁଆ ମନୋଭାବ ପାଇଁ ହନ୍ତସନ୍ତ । ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପହଂଚିଲେ ରୋଗୀ ।
/kanak/media/media_files/2025/08/08/11-108-ambulance-2025-08-08-09-00-39.jpg)