କନକବ୍ୟୁରୋ : ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି। ଚାଲି ଚାଲି ମେଡ଼ିକାଲ ଗଲାବେଳେ ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଳେ ଗର୍ଭବତୀ । ଏହିଭଳି ଦୃଶ୍ୟ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଚାଞ୍ଚଡାରେ ଦେଖିବାକୁ ମିଳିଛି  ।   ଗର୍ଭବତୀଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ  ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚି ଥିଲେ ସୁଦ୍ଧା ଗାଁ ରାସ୍ତା ଖରାପ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା  ।   ଯାହା ଫଳରେ ଗର୍ଭବତୀ ଜଣକ ୩ କିଲୋମିଟର ରାସ୍ତା ଚାଲିଚାଲି ଯାଇଥିଲେ । ଅଧା ରାସ୍ତାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଚାଲିଚାଲି ଯିବା ବେଳ ବାଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତମାନ ମା’ ଓ ଶିଶୁ ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ଜଣା ପଡ଼ିଛି।