କନକ ବ୍ୟୁରୋ : ସେବାର ବିକଳ ଚିତ୍ର । ଅଧା ବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ। ଠେଲି ଠେଲି ହାଲିଆ ହେଲେ ଲୋକେ । ତଥାପି ଷ୍ଟାର୍ଟ ହେଲାନି ଆମ୍ବୁଲାନ୍ସ । ବାଲେଶ୍ବର ସୋର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁର ନାରାୟଣ ଚଣ୍ଡ ବିଲରୁ ଆସୁଥିବା ବେଳେ ପାଣିରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯାଉଥିଲା । ରୋଗୀ ନେଇ ଆସୁଥିବା ବେଳେ ଅଧା ବାଟରେ ଅଟକିଥିଲା । ଘଣ୍ଟାଏ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପଂହଁଚିବା ପରେ ସ୍ଥାନାନ୍ତର କରି ରୋଗୀ ସୋର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୦୮ ଆମ୍ବୁଲାନ୍ସ ଖରାପ ନେଇ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ଏଥିରେ ସୁଧାର ଆସିପାରୁନି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ବାଟରେ ଅଟକିଗଲା ଆମ୍ବୁଲାନ୍ସ ; ଚାଲିଗଲା ରୋଗୀଙ୍କ ଜୀବନ
ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଅଧା ବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଠେଲି ଠେଲି ହାଲିଆ ହେଲେ ଲୋକେ, ତଥାପି ଷ୍ଟାର୍ଟ ହେଲାନି ଆମ୍ବୁଲାନ୍ସ । ବାଲେଶ୍ବର ସୋର ଅଞ୍ଚଳର ଅଭାବନୀୟ ଘଟଣା ।
/kanak/media/media_files/2025/10/01/7-2025-10-01-08-11-58.jpg)