ବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ: ଗଞ୍ଜାମ ହିଞ୍ଜିଳିରୁ ଆସିଲା ଦୁଃଖଦ ଖବର

230825_AVO_AMBULANCE PROBLEM_PAB.00_22_46_07.Still001

Photograph: (kanak news)

କନକ ବ୍ୟୁରୋ: ପୁଣି ୧୦୮ ଯୋଗୁଁ ଗଲା ଜୀବନ । ପୋଲସରା ରୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ହିଞ୍ଜିଳିକାଟୁ ନିକଟରେ ଖରାପ  ହେବାରୁ ଚାଲିଗଲା ଜୀବନ । ବୁଗୁଡ଼ା ଭିମିଶିଆଳି ଗ୍ରାମର ଜଣେ ବ୍ୟକ୍ତି ସକାଳେ ବିଲ କୁ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ କିଛି କାମୁଡି ଥିବା ବେଳେ ସେ ବୁଗୁଡ଼ା ମେଡିକାଲ ରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ କିନ୍ତୁ ପୁଣି ସନ୍ଧ୍ୟାରେ ଦେହ ଅସୁସ୍ଥ ହେବାରୁ ପୋଲସରା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ୧୦୮ ରେ ବ୍ରହ୍ମପୁର ନେବା ବେଳେ ହିଞ୍ଜିଳିକାଟୁ ଶଙ୍ଖ ନିକଟରେ ୧୦୮ ବ୍ରେକ ଡାଉନ୍ ହେବାରୁ ତାଙ୍କୁ ଆସିକାରୁ ୧୦୮ ରେ ବ୍ରହ୍ମପୁର ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ୧୦୮ ଆମ୍ବୁଲାନ୍ସର ଅବହେଳା ଯୋଗୁଁ ତାଙ୍କର ମୃତୁ ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe