ବାତ୍ୟାବେଳେ ଦେବଦୂତ ସାଜିଲେ , ଜୀବନ ବଞ୍ଚାଇଲେ ; ଚର୍ଚ୍ଚାରେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ମାନସ

ବାତ୍ୟା ବେଳେ ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ । ଅସୁସ୍ଥଙ୍କ ଜୀବନ ବଞ୍ଚାଇଲେ ମାନସ ମଲ୍ଲିକ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ କାଠୁଆଗଣ୍ଡ ଅଞ୍ଚଳର ମାନସଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

305555555555

କନକ ବ୍ୟୁରୋ: ବାତ୍ୟା ବେଳେ ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ । ଅସୁସ୍ଥଙ୍କ ଜୀବନ ବଞ୍ଚାଇଲେ ମାନସ ମଲ୍ଲିକ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ କାଠୁଆଗଣ୍ଡ ଅଞ୍ଚଳର ମାନସଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ରମେଶ ମଲ୍ଲିକଙ୍କ ପୁଅ ହେଉଛନ୍ତି ମାନସ । କାଠୁଆଗଣ୍ଡର ଇତିଶ୍ରୀ ରାଉତଙ୍କ ଘର ପାଖରେ ଗଛ ପଡ଼ିଯିବାରୁ ସେ ଆହତ ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାର ଆବଶ୍ୟକତା ଥିଲା । ଆଉ ବିଳମ୍ବ କରିନଥିଲେ ମାନସ । ଅନ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଉଦ୍ଧାର ପାଇଁ ବାହାରି ପଡ଼ିଥିଲେ। ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ତେଣୁ ନିଜେ ଯୁବତୀଙ୍କୁ ହାତରେ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ଠିକ୍ ସମୟରେ ମେଡିକାଲରେ ପହଞ୍ଚାଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe