ଆଖି ଲାଗିଗଲା , ଆମ୍ବୁଲାନ୍ସ ପିଟିହେଲା ; ଭୁବନେଶ୍ବର ଶିଶୁଭବନ ଓଭରବ୍ରିଜ ନିକଟରେ ଦୁର୍ଘଟଣା

ଆଖି ଲାଗିଲା, ଆମ୍ବୁଲାନ୍ସ ପିଟିହେଲା । ଫ୍ଲାଏ ଓଭର୍ ଡିଭାଇଡରକୁ ପିଟିଲା ୧୦୮ ଆମ୍ବୁଲାନ୍ସ । ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜରେ ହୋଇଛି ଏଭଳି ଦୁର୍ଘଟଣା ।

Ambulance Accident

Ambulance Accident Photograph: (KanakNews)

କନକ ବ୍ୟୁରୋ: ଆଖି ଲାଗିଲା, ଆମ୍ବୁଲାନ୍ସ ପିଟିହେଲା । ଫ୍ଲାଏ ଓଭର୍ ଡିଭାଇଡରକୁ ପିଟିଲା ୧୦୮ ଆମ୍ବୁଲାନ୍ସ । ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜରେ ହୋଇଛି ଏଭଳି ଦୁର୍ଘଟଣା । ଦୁର୍ଘଟଣା ହୋଇଥିବା ଆମ୍ବୁଲାନ୍ସର ଡାହାଣ ପାଖ ଆଗ ଚକ ବାହାରି ଯାଇଥିବାବେଳେ  ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସ ଚାଳକ । ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ଗାଡ଼ି କିମ୍ବା ବାଟୋଇ ସେହି ରାସ୍ତା ଦେଇ ଯାଉ ନଥିଲେ , ଯେଉଁଥିପାଇଁ କାହାରି କିଛି କ୍ଷତି ହୋଇନାହିଁ ।  

ଦୁର୍ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆହତ  ଆମ୍ବୁଲାନ୍ସ ମ୍ୟାନେଜର ଓ ଡ୍ରାଇଭରକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ସୂଚନା ଅନୁଯାୟୀ,  ଆମ୍ବୁଲାନ୍ସଟି କ୍ୟାପିଟାଲ ହସ୍ପିଟାଲରୁ ବାଳକାଟି ଅଭିମୁଖେ ରୋଗୀଙ୍କୁ ଆଣିବାକୁ ଯାଉଥିବାବେଳେ  ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜ ପାଖାପାଖି ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯାଇଥିଲା ।  ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ବୋଲି କହିଛନ୍ତି ଆହତ ଆମ୍ବୁଲାନ୍ସ ଚାଳକ ଓ ମ୍ୟାନେଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe