କନକବ୍ୟୁରୋ : କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଓ ୬ ଜଣ ଅସୁସ୍ଥ ହେବା ଘଟଣା । ଗାଁରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟିଛି କଂଗ୍ରେସ ଟିମ୍‌  ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନେତୃତ୍ବରେ ଏକ ଟିମ୍‌ ପହଞ୍ଚି ଗାଁରେ ସ୍ଥିତି ଅନୁଧ୍ୟାନ କରିଛି  । କେଉଁ କାରଣ ପାଇଁ ଲୋକଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡ଼ିଲା ତାର ଯାଞ୍ଚ କରାଯାଇଛି ।

Advertisment

ତେବେ ଲୋକଙ୍କୁ ବିଳମ୍ବରେ ଚାଉଳ ମିଳିଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ଉପାନ୍ତ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଳନାରେ ମିଳୁଥିବା ଚାଉଳ ଯଥେଷ୍ଟ ହେଉ ନଥିବାରୁ ୧୫ କିଲୋ ଚାଉଳ ପ୍ରଦାନ ପାଇଁ ଦାବି ହୋଇଛି  । ନିଜେ ମୁଖ୍ୟମନ୍ତ୍ରୀ ଆସି ମୃତକଙ୍କ ପରିବାରକୁ ଭେଟିବା ପାଇଁ ଦାବି କରିଛି କଂଗ୍ରେସ ।