କନକ ବ୍ୟୁରୋ: ବିଜେଡି ଭିତରେ ରହିଛନ୍ତି କୁଚକ୍ରୀ ଗୋଷ୍ଠୀ । ଆଜି ଦଳର କିଛି ନେତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି କର୍ପୋରେଟର ଅମରେଶ ଜେନା । ଆଜି ନବୀନ ନିବାସରୁ ଡାକରା ପାଇବା ପରେ ଅମରେଶ ଜେନା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହାପରେ ଅମେରଶ ଜେନା କହିଛନ୍ତି ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଦଳ ଭାଙ୍ଗିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ଦୁଇଦିନ ଭିତରେ କାରଣ ଦର୍ଶାଅ ନୋଟିସର ଜବାବ ଦେବେ ବୋଲି କହିଛନ୍ତି ଅମେରଶ ଜେନା । କିଛି ଦିନ ତଳେ ଦଳୀୟ ବିଶୃଙ୍ଖଳା ପାଇଁ ଅମରେଶ ଜେନା ଓ ଅନ୍ୟ ଜଣେ କର୍ପୋରେଟର ବିରଞ୍ଚି ମହାସୁପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଭୁବନେଶ୍ୱର ଜିଲ୍ଲା ସଭାପତି ।
ନବୀନଙ୍କୁ ଭେଟିଲେ ବିଜେଡି କର୍ପୋରେଟର ଅମରେଶ ଜେନା । କହିଲେ ଦଳରେ ଅଛନ୍ତି କୁଚକ୍ରୀ ଗୋଷ୍ଠୀ
ବିଜେଡି ଭିତରେ ରହିଛନ୍ତି କୁଚକ୍ରୀ ଗୋଷ୍ଠୀ । ଆଜି ଦଳର କିଛି ନେତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି କର୍ପୋରେଟର ଅମରେଶ ଜେନା । ଆଜି ନବୀନ ନିବାସରୁ ଡାକରା ପାଇବା ପରେ ଅମରେଶ ଜେନା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।
/kanak/media/media_files/Xgs0RCC9VXbah08nNFwr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)