କନକ ବ୍ୟୁରୋ : ଅମାଲ ମଲ୍ଲିକଙ୍କୁ କିଏ ବା ନଜାଣେ । ତାଙ୍କ ଗୀତର ଯାଦୁରେ ଦର୍ଶକଙ୍କୁ ସେ ବେଶ୍ ବାନ୍ଧି ରଖିଥାନ୍ତି । ଦର୍ଶକ ମଧ୍ୟ ଅମାଲଙ୍କୁ ଖୁବ୍ ପସନ୍ଦ କରନ୍ତି । ନିକଟରେ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡର ଜଣାଶୁଣା ସଙ୍ଗୀତକାର ଅମାଲ ମଲ୍ଲିକ ବିଗ ବସ୍ -୧୯ରେ ନଜର ଆସିଥିଲେ । ସବୁବେଳେ ଅମାଲ ତାଙ୍କ ସଂଘର୍ଘର କାହାଣୀ ମଧ୍ୟ ବିଗ୍ ବସ୍ -୧୯ରେ ପ୍ରତିଯୋଗୀ ମାନଙ୍କୁ କହୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ବୋଲ୍ଡ ଅନନ୍ଦାଜ ପାଇଁ କିଛି ଦର୍ଶକ ତାଙ୍କୁ ଭଲପାଇଥିବା ବେଳେ କିଛି ଦର୍ଶକ ସମାଲୋଚନା ମଧ୍ୟ କରିଥିଲେ । ହେଲେ ଅମାଲଙ୍କ ମ୍ୟୁଜିକ୍ କ୍ୟାରିଅର୍ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା । ଅମାଲ କହିଛନ୍ତି ଯେ ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଆସିଛି ଏବଂ ସେ ଏମିତି ସମୟ ଦେଇ ଜୀବନ ଅତିବାହିତ କରିଛନ୍ତି ଯେ କହିହେବ ନାହିଁ ।
ନିଜକୁ ସଙ୍ଗୀତ ଜଗତରେ ପ୍ରମାଣିତ କରିବା ପାଇଁ ତାଙ୍କର ସଂଘର୍ଷ କମ୍ କଷ୍ଟଦାୟକ ନଥିଲା ବରଂ ଏହା ଅତ୍ୟନ୍ତ କଠିନ ଥିଲା । ଅନେକ ରିଜେକ୍ସନର ମଧ୍ୟ ସାମ୍ନା କରିବାକୁ ପଡିଥିଲା ଅମାଲଙ୍କୁ । ପିଙ୍କଭିଲା ସହିତ ଏକ କଥାବାର୍ତ୍ତାରେ, ଅମାଲ୍ ନିଜର ଯନ୍ତ୍ରଣା ପ୍ରକାଶ କରି କହିଥିଲେ ଯେ "ମଲ୍ଲିକ୍" ଟାଇଟେଲ୍ ତାଙ୍କ ସପକ୍ଷରେ କାମ କରିବା ପରିବର୍ତ୍ତେ ତାଙ୍କ ବିରୁଦ୍ଧରେ କାମ କରିଥିଲେ । ଅମାଲ୍ କହିଥିଲେ, "ମୁଁ ଯେଉଁଠାରେ ସହାୟକ ଭାବରେ କାମ କରିବାକୁ ଯାଉଥିଲି, ଯେତେବେଳେ ସେମାନେ ଜାଣିଲେ ଯେ ମୋର ସଟନାମ "ମଲ୍ଲିକ୍", ବୋଲି , ସେମାନେ ମୋତେ ଚାକିରିରୁ ବାହାର କରିଦେବେ ।
ସେମାନେ କହିଥିଲେ , ଇଏ ହେଉଛନ୍ତି ସେହି ପରିବାରର ସଦସ୍ୟ , ଦରକାର ପଡିଲେ ସେ ଆମର ସଙ୍ଗୀତ ଲିକ୍ ମଧ୍ୟ କରିପାରିବେ।'" ସେତେବେଳେ ଅମାଲଙ୍କ ପ୍ରତି ଲୋକଙ୍କ ମନରେ ଏପରି ଧାରଣା ସୃଷ୍ଟି ହୋଇଥିଲା ବୋଲି ଅମାଲ୍ କହିଛନ୍ତି । ଅମାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିବାଦରେ ତାଙ୍କ ଭାଇ ତଥା ପ୍ରଖ୍ୟାତ ବଲିଉଡ୍ ସିଙ୍ଗର ଅର୍ମାନ ମଲ୍ଲିକ ମଧ୍ୟ ଛାଡ ପାଇନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଟଷ୍ଟ୍ରିରେ ଯୋଡି ହୋଇ ରହିଥିବା ଲୋକଙ୍କ ପରିଶ୍ରମ କାହାକୁ ବି ହେଲେ ଦେଖାଯାଏ ନାହିଁ । ମଣିଷ ଯେତେ ବି ପରିଶ୍ରମ କରୁନା ନା କାହିଁକି ତାକୁ ସମସ୍ତେ ଅଣଦେଖା କରନ୍ତି । ପିଲାଟି ଦିନରୁ ଅମାଲ ମଲ୍ଲିକଙ୍କୁ ଅନେକ ସଂଘର୍ଷ କରିଛନ୍ତି । ଅମାଲ କହିଛନ୍ତି ଯେ ତାଙ୍କ ଜୀବନର ୧୫ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ଏଭଳି କଠିନ ପରିସ୍ଥିତି ଆସିଥିଲା ଲୋକମାନଙ୍କ ଜୀବନରେ ହୁଏତ ଏହା ଆସିବ ନାହିଁ ।
ଅଧିକ ପଢନ୍ତୁ : ବ୍ରେକ୍ ନେଲେ ନେହା ! କହିଲେ, ସୋସିଆଲ ମିଡିଆ ଆଉ ଭଲଲାଗୁନି ଟିକେ ଶାନ୍ତି ଦରକାର
ତଥାପି ଅମାଲ ଖୁସି ହୋଇ କହିଛନ୍ତି ଯେ ଯାହା ହେଉ ଏହି ସବୁ କଠିନ ପରିସ୍ଥିତି ଜୀବନରେ ବହୁତ ଆଗରୁ ମୁଁ ଦେଖିସାରିଛି । ଅମାଲଙ୍କ କଠିନ ପରିଶ୍ରମ ଏବଂ ସଂଘର୍ଷ ତାଙ୍କୁ ମାନସିକ ରୂପରେ ଆହୁରି ଅଧିକ ଶକ୍ତ କରିଦେଇଛି । ଅମାଲ ଆହୁରି ମଧ୍ୟ କହିଛନ୍ତି ଯେ ଏତେ ସଂଘର୍ଷ କରିସାରିବା ପରେ ବି ସେ ହାର୍ ମାନି ନାହାନ୍ତି । ବରଂ ଏହା ଜୀବନକୁ କେମିତି ଜୀଇଁ ହୁଏ ତାହାର ଏକ ସଠିକ୍ ଦିଗଦର୍ଶନ ମଧ୍ୟ ପାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇ ରହିବା ସତ୍ତ୍ବେ ବି ତାଙ୍କୁ କିଛି କମ୍ ସଂଘର୍ଷ କରିବାକୁ ପଡିନି । ଯେତେବେଳେ ଅମାଲ୍ ଅମଲ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଇଣ୍ଡଷ୍ଟ୍ରିରେ ଥିବା ସତ୍ତ୍ୱେ , ତାଙ୍କ ପାଖରେ କେବେବି କିଛି ସହଜ ନଥିଲା । କିଶୋର ଅବସ୍ଥାରେ ସେ ଜଣେ ସହାୟକ ଭାବରେ କାମ କରିଥିଲେ । ଏହାକୁ ବାଦ୍ ଦେଇ ସେ ଏହି ଚାକିରି ମଧ୍ୟ କରିଥିଲେ । କେବଳ ଟଙ୍କା ରୋଜଗାର କରିବା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡି ରହିବା ପାଇଁ ଅମାଲ ପୋଷ୍ଟ୍ ପ୍ରଡକ୍ସନ କରିବା ପାଇଁ ହାର୍ଡ୍ ଡ୍ରାଇଭ କାମ ମଧ୍ୟ କରିଥିଲେ ।
Follow Us