କନକ ବ୍ୟୁରୋ:  ଭୁବନେଶ୍ବର ପୋଖରୀପୁଟ ଡିପୋରୁ ଆମ ବସ୍ ସେବା ବନ୍ଦ ରହିଛି । ବସ୍‌ଷ୍ଟାଣ୍ଡରେ ପଡ଼ିରହିଛି ୪୩ଟି ବସ୍‌ । ଠିକ୍ ସମୟରେ ଦରମା ନମିଳିବା ପ୍ରତିବାଦରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ ଡ୍ରାଇଭର। ଖାଲି ଦରମା ସମସ୍ୟା କାହିଁକି, ନାନା ଅସୁବିଧା ଦେଇ କର୍ମଚାରୀ ମାନେ ଗତି କରୁଥିବା ଅଭିଯୋଗ ହୋଇଛି । 
 ପୋଖରୀପୁଟରୁ ଏମ୍‌ସ ହସ୍ପିଟାଲ ସହ ଅନେକ ଗୁରୁତ୍ବପୂର୍ଣ୍ଣ ରୁଟ୍‌ରେ ଗଡ଼ିଥାଏ ଆମ ବସ୍ ।

Advertisment

ଆଜି ଏହି ରୁଟ୍‌ରେ ଆମ ବସ୍ ସେବା ବନ୍ଦ ରହିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ଏ ସଂପର୍କରେ କ୍ରୁଟ୍ କିମ୍ୱା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଥାର୍ଡ ପାର୍ଟି ଅଧୀନରେ କ୍ରୁଟ୍ ଆମ ବସ୍ ଡ୍ରାଇଭରଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କର ସାମାଜିକ ସୁରକ୍ଷା ବାବଦରେ ଚିନ୍ତା କରାଯାଉନଥିବା ଅଭିଯୋଗ ହୋଇଛି ।