କନକ ବ୍ୟୁରୋ : ଆଇପିଏଲ ୨୦୨୫ ସିଜିନ ପାଇଁ ଖେଳାଳୀ ରିଟନ ରଖିବା ନେଇ ସମୟସୀମା ଶେଷ ହୋଇଛି । ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ଦଳ ରିଟେନ ରଖିଛି । ରିଷବ ପନ୍ତ ଦିଲ୍ଲୀ , ସେୟସ ଆୟାରଙ୍କୁ କେକେଆର ଛାଡିଦେଇଛି । ମୁମ୍ବାଇ ଇସାନ କିଶାନଙ୍କୁ ଛାଡି ଦେଇଛି । ଗୁରୁବାର ଅପରାହ୍ନ ସାଢେ ୫ଟା ସୁଦ୍ଧା ଦଳମାନେ କେଉଁ କେଉଁ ଖେଳାଳୀଙ୍କୁ ରଖିବେ ଏବଂ କେଉଁ ଖେଳାଳୀଙ୍କୁ ଛାଡିବେ ସେନେଇ ନିଷ୍ପତ୍ତି ନେବାର ଥିଲା । ନିୟମ ଅନୁଯାୟୀ ଗୋଟିଏ ଫ୍ରାଞ୍ଚାଇଚ୍ ୫ ଟି ଖେଳାଳୀଙ୍କୁ ରଖିପାରିବେ । ଯଦି ଭାରତୀୟ ଖେଳାଳୀ ଆନ୍ତର୍ଜାତୀୟ ଅବା ବିସିସିଆଇ ସହ ଚୁକ୍ତି କରିନଥିବେ ତେବେ ୬ ନମ୍ବର ଖେଳାଳୀଙ୍କୁ ରଖିପାରିବେ । ଏହି ନିୟମ ଅନୁଯାୟୀ ଧୋନୀଙ୍କୁ ରଖିଛି ଚେନ୍ନାଇ ସୁପର କିଙ୍ଗସ୍ । ୧୦ଟି ଦଳର କ୍ୟାପଟେନଙ୍କ ମଧ୍ୟରୁ ୪ଜଣ କ୍ୟାପଟେନଙ୍କୁ ଏଥର ଦଳ ଛାଡିଛନ୍ତି । ଲକ୍ଷ୍ମୌ ସୁପର ଜାଏଣ୍ଟ୍ସର କ୍ୟାପଟେନ ଲୋକେଶ ରାହୁଲ , କେକେଆର ଅଧିନାୟକ ଶ୍ରେୟସ୍ ଆୟାର , ଆରସିବିର କ୍ୟାପେଟନ ଡୁପ୍ଲେସିସ୍ , ଦିଲ୍ଲୀର ଅଧିନାୟକ ରିଷବ ପନ୍ତଙ୍କୁ ଏଥର ଦଳ ଛାଡିବାକୁ ପଡିବ । ଏଥର ବିରାଟ କୋହଲି ପୁଣି ଥରେ ବେଙ୍ଗାଳୁରୁର ମଙ୍ଗ ଧରିପାରନ୍ତି ବୋଲି ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଦେଖିବା କେଉଁ କେଉଁ ଖେଳାଳୀଙ୍କୁ ରିଟେନ ରଖିଛନ୍ତି ପ୍ରାଞ୍ଚାଇଚ୍
ଆଇପିଏଲ: କେଉଁ ଦଳ କାହାକୁ ରଖିଲେ?
ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍କେ)-- ରୁତୁରାଜ ଗାଇକ୍ବାଡ୍(୧୮କୋଟି),ରବୀନ୍ଦ୍ର ଜାଡେଜା(୧୮ କୋଟି),ମାଥେଶା ପାଥିରାନା(୧୩କୋଟି ),ଶିବମ ଦୁବେ(୧୨କୋଟି , ମହେନ୍ଦ୍ର ସିଂ ଧୋନୀ(୪କୋଟି)
୫ ଖେଳାଳୀଙ୍କୁ ରଖିବା ପରେ ଚେନ୍ନାଇ ପାଖରେ ମୋଟ ୧୨୦ କୋଟିରୁ ୬୫ କୋଟି ଟଙ୍କା ବାକି ରହିଛି ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ(ଆରସିବି)-- ବିରାଟ କୋହଲି(୨୧କୋଟି), ରଜତ ପଟିଦାର(୧୧କୋଟି), ୟସ ଦୟାଲ(୫କୋଟି)
୩ ଖେଳାଳୀଙ୍କୁ ରଖିବା ପରେ ଆରସିବି ପାଖରେ ମୋଟ ୧୨୦ କୋଟିରୁ ସର୍ବାଧିକ ୮୩ କୋଟି ଟଙ୍କା ବାକି ରହିଛି ।
ଗୁଜରାଟ ଟାଇଟନ୍ସ(ଜିଟି)-- ରସିଦ ଖାନ(୧୮କୋଟି),ଶୁଭମନ ଗିଲ(୧୬.୫୦କୋଟି),ସାଇ ସୁଦର୍ଶନ(୮.୫୦କୋଟି), ରାହୁଲ ତେୱତିଆ(୪କୋଟି),ସାହାରୁଖ ଖାନ(୪କୋଟି)
୫ ଖେଳାଳୀଙ୍କୁ ରଖିବା ପରେ ଗୁଜରାଟ ପାଖରେ ୬୯ କୋଟି ବାକି ରହିଛି ।
କୋଲକାତା ନାଇଟ୍ ରାଇଡର୍ସ(କେକେଆର)-- ରିଙ୍କୁ ସିଂ(୧୩କୋଟି), ବରୁଣ ଚକ୍ରବର୍ତ୍ତି(୧୨କୋଟି), ସୁନିଲ ନାରିନ୍(୧୨କୋଟି), ଆଣ୍ଡ୍ରେ ରସେଲ(୧୨କୋଟି), ହର୍ସିତ ରାଣା(୪କୋଟି), ରମଣଦୀପ ସିଂ(୪କୋଟି)
୫ ଖେଳାଳୀଙ୍କୁ ରଖିବା ପରେ କେକେଆର ପାଖରେ ୫୧ କୋଟି ବାକି ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)--ଯଶପ୍ରୀତ ବୁମ୍ରା(୧୮କୋଟି, ସୂର୍ୟ୍ୟକୁମାର ଯାଦବ(୧୬.୩୫କୋଟି), ହାର୍ଦିକ ପାଣ୍ଡ୍ୟା(୧୬.୩୦କୋଟି), ରୋହତ ଶର୍ମା(୧୬.୩୦କୋଟି), ତିଲକ ବର୍ମା(୮କୋଟି)
ଏହି ୫ ଖେଳାଳୀଙ୍କୁ ରଖିବା ପରେ ଏମଆଇ ପାଖରେ ୫୫ କୋଟି ବାକି ଅଛି ।
ଲକ୍ଷ୍ମୌ ସୁପର ଜାଏଣ୍ଟସ୍(ଏଲଏସଜି)-- ରନିକୋଲାସ ପୁରନ(୨୧କୋଟି), ମୟଙ୍କ ଯାଦବ(୧୧କୋଟି), ରବି ବିଷ୍ନୋୟୀ(୧୧ କୋଟି), ମୋସିନ ଖାନ(୪କୋଟି), ଆୟୁସ ବାଦୋନୀ(୪କୋଟି)
୫ ଖେଳାଳୀଙ୍କୁ ରଖିବା ପରେ ଏଲଏସଜି ପାଖରେ ୬୯ କୋଟି ବାକି ରହିଛି ।
ରାଜସ୍ଥାନ ରୟାଲ୍ସ(ଆରଆର)-- ସଞ୍ଜୁ ସାମସନ(୧୮କୋଟି), ୟଶ୍ବଶୀ ଜୟସ୍ବାଲ(୧୮କୋଟି), ରିୟାନ ପରାଗ(୧୪କୋଟି), ସିମରନ ହେଟୟମେୟର(୧୧କୋଟି), ସନ୍ଦୀପ ଶର୍ମା(୪ କୋଟି)
୫ ଖେଳାଳୀଙ୍କୁ ରଖିବା ପରେ ଏଲଏସଜି ପାଖରେ ୪୧ କୋଟି ବାକି ରହିଛି ।
ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍)-- ହେନରିଚ୍କ୍ଳା ସେନ(୨୩କୋଟି),ପାଟ କୁମିନ୍ସ(୧୮କୋଟି), ଅଲରାଉଣ୍ଡର ଅଭିଶେକ ଶର୍ମା(୧୪କୋଟି), ଟ୍ରାଭିସ ହେଡ(୧୪କୋଟି, ନିତୀଶ ରେଡ୍ଡି(୬କୋଟି)
୫ ଖେଳାଳୀଙ୍କୁ ରଖିବା ପରେ ଏଲଏସଜି ପାଖରେ ମୋଟ ୪୫ କୋଟି ବାକି ରହିଛି ।
ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)-- ଅକ୍ଷର ପଟେଲ(୧୬.୫୦କୋଟି), କୁଳଦୀପ ଯାଦବ(୧୩.୨୫କୋଟି), ତ୍ରିସ୍ତାନ ଷ୍ଟବ୍ସ(୧୦କୋଟି), ଅଭିଶେକ ପୋରେଲ(୪କୋଟି)
୪ ଖେଳାଳୀଙ୍କୁ ରଖିବା ପରେ ଗୁଜରାଟ ପାଖରେ ୭୩ କୋଟି ବାକି ରହିଛି ।