କନକ ବ୍ୟୁରୋ : ଚଳିତବର୍ଷ ସିନେମା ବଜାରକୁ ଗରମ କରି ରଖିଛି ‘ଧୂରନ୍ଧର’ । କିନ୍ତୁ ଗତବର୍ଷ ଠିକ୍ ଏହି ମାସରେ ପ୍ରେକ୍ଷାଳୟରେ ରାଜ୍ କରିଥିଲା ଫିଲ୍ମ ‘ପୁଷ୍ପା-୨’ । ସିନେମାଟି ବକ୍ସ ଅଫିସରେ କୋଟି କୋଟି ଟଙ୍କା ଛାପିବା ସହ ଚାରିଆଡ଼େ ଖାଲି ପୁଷ୍ପାରାଜ ଓ ଶ୍ରୀବଲ୍ଲୀ ସିନେମାର ମୁଖ୍ୟ ଚରିତ୍ରଙ୍କୁ ନେଇ ଚର୍ଚ୍ଚା ହେଲା । ସାରା ଦୁନିଆରେ ୧୮୦୦ କୋଟିରୁ ଅଧିକ ଟଙ୍କା କମାଇଥିବା ସିନେମା ପୁଷ୍ପାରେ ବଜେଟ୍ କେତେ ଲାଗିଥିଲା ଜାଣିଛନ୍ତି ? ୫୦୦ କୋଟି । ସିନେମାର କ୍ରେଜକୁ ଦେଖି ଏହାର ପାର୍ଟ-୩ ପ୍ରସ୍ତୁତ କରିବାକୁ ନିର୍ମାତା ରେଡ୍ଡି ହେଲେଣି କିନ୍ତୁ ସିନେମାକୁ ପ୍ରେକ୍ଷାଳୟକୁ ଆସିବାକୁ ଆହୁରି ସମୟ ଅଛି । କାରଣ ପୁଷ୍ପାରାଜ ଏବେ ଏଟଲିଙ୍କ ସିନେମାରେ ଝାଳ ବୁହାଉଛନ୍ତି । ଅର୍ଥାତ ଅଭିନେତା ଅଲ୍ଲୁ ଅର୍ଜୁନ ଏବେ ଅନ୍ୟ ଏକ ସିନେମାରେ ବ୍ୟସ୍ତ ଅଛନ୍ତି ଯାହା ଆସନ୍ତାବର୍ଷ ଜାନୁଆରି ମାସରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।
ଅଧିକ ପଢ଼ନ୍ତୁ : ମଲ୍ଟିପ୍ଲେକ୍ସକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ , ଚଢ଼ା ଦର ନକମିଲେ ଖାଲି ହୋଇଯିବ ସିନେମା ହଲ୍
ଅଲ୍ଲୁ ଏବଂ ଏଟଲିଙ୍କ ଏହି ସିନେମାରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଦୀପିକା ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି । ତେବେ ଏହାରି ଭିତରେ ଅଭିନେତାଙ୍କ ମ୍ୟାନେଜର୍ କନଫର୍ମ କରିଛନ୍ତି ଯେ ଅଲ୍ଲୁ ଖୁବଶୀଘ୍ର ଜାପାନ ଯିବେ । ପୁଷ୍ପା ୨ ରେ ବି ଅଲ୍ଲୁ ଜାପାନର ଏକ ପୋର୍ଟରେ କଣ୍ଟେନରରେ ସୁଟିଂ କରିଥିବାର ନଜର ଆସିଥିଲେ । ନିକଟରେ ସୂଚନା ମିଳିଛି କି ପୁଷ୍ପା-୨ ଜାପାନ ରିଲିଜ୍ ପୂର୍ବରୁ ପ୍ରୋମୋସନରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖାଯିବ । କିଛି ଦିନ ତଳେ ଖବର ମିଳିଥିଲା ଯେ ପୁଷ୍ପା-୨ ଦ ରୁଲ୍ ଆସନ୍ତାବର୍ଷ ଜାନୁଆରି ୧୬ ରେ ଜାପାନରେ ରିଲିଜ୍ ହେବ । ଯାହାର ଟାଇଟେଲ୍ ହେବ ‘ପୁଷ୍ପା କୁନରିନ୍’ । ଗିକ୍ ପିକ୍ଚର୍ସ ଘୋଷଣା କରିଛି ଯେ ସୋଚିକୁ ଫିଲ୍ମ ସହ ମିଶି ଏସିଆରେ ରିଲିଜ୍ କରାଯିବ । ଯାହାର ଗୋଟିଏ ଧମାକେଦାର ପୋଷ୍ଟର୍ ମଧ୍ୟ ଛପାଯାଇଛି ଯେଉଁଥିରେ ଅଲ୍ଲୁ ଷ୍ଟାଇଲିସ୍ ଲୁକରେ ପୂରା ସ୍ବାଗ୍ ସହିତ ନଜର ଆସୁଛନ୍ତି ।
ଅଧିକ ପଢ଼ନ୍ତୁ : ଅନୁଭବଙ୍କ ଚାରିଧାମ ସିନେମା କ୍ରେଜ୍... ଫିଲ୍ମ ଦେଖି ସାରି କିଏ କାନ୍ଦୁଛି ତ କିଏ କହୁଛି ବୋବାଲ୍...
ନିକଟରେ ଜଣେ ପ୍ରଶଂସକ ଟ୍ବିଟରରେ ପଚାରିଥିଲେ ଯେ ସୁପରଷ୍ଟାର ଅଲ୍ଲୁ ପ୍ରି-ରିଲିଜ୍ ପ୍ରମୋସନାଲ୍ ଇଭେଣ୍ଟ୍ ପାଇଁ ଜାପାନ ଯିବେ କି ? ଯାହାର ଉତ୍ତରରେ ତାଙ୍କ ମ୍ୟାନେଜର ଶରତ ଚନ୍ଦ୍ର ନାଇଡୁ କହିଥିଲେ ଯେ ହଁ ଅଲ୍ଲୁ ଜାପାନ ଯିବେ । ଆପଣଙ୍କୁ ଏଠାରେ କହିରଖୁଛୁ କି ପୁଷ୍ପା-୨ ଦ ରୁଲ୍ ର ୨୦୦ ମିନିଟର ସଂସ୍କରଣ ଭାରତ ସମେତ ସାରା ବିଶ୍ବରେ ମୁକ୍ତିଲାଭ କରିଥିଲା । ତା’ପରେ ସିନେମାର ୨୦ ମିନିଟ୍ ଆକ୍ସିଡେଣ୍ଟାଲ୍ ଭର୍ସନ ମଧ୍ୟ ରିଲିଜ୍ ହୋଇଥିଲା । ଏହି ୨୨୨ ମିନିଟର ନୂଆ ଭର୍ସନଟି ଏବେ ଜାପାନରେ ରିଲିଜ୍ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/allu-arjun-2025-12-14-17-31-44.jpg)