କନକ ବ୍ୟୁରୋ: ଗୋଟିଏ ରାତି ଜେଲ ରେ ରହିବା ପରେ ଜେଲରୁ ବାହାରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି ସକାଳେ ଅଲ୍ଲୁ ନିଜ ବାସଭବନକୁ ଫେରିଛନ୍ତି । ତେବେ ବାସଭବନରେ ପହଞ୍ଚିବା କ୍ଷଣି ତାଙ୍କୁ ଦେଖା କରିବା ପାଇଁ ପ୍ରଶଂସକଙ୍କ ଲାଗିଥିଲା ଭିଡ । ଏଥିସହିତ ଅନେକ ଅଭିନେତାମାନେ ତାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରଠି ପହଞ୍ଚୁଛନ୍ତି ।
ଏହି ସମୟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଭିଡିଓରେ ଅଲ୍ଲୁଙ୍କ ସ୍ତ୍ରୀଙ୍କୁ ଭାବୁକ ହେବାର ଦେଖିବାକୁ ମିଳିଛି । ଅଲ୍ଲୁ ଅର୍ଜୁନ ବାସଭବନରେ ପହଞ୍ଚିବା କ୍ଷଣି ସ୍ତ୍ରୀ ସ୍ନେହା ରେଡ୍ଡି ଅତ୍ୟନ୍ତ ଭାବୁକ ହୋଇ ଅଲ୍ଳୁଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଥିଲେ। ସେହି ସମୟରେ ତାଙ୍କ ପାଖରେ ଅଲ୍ଳୁଙ୍କ ପୁଅ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
❤️❤️ #AlluArjunpic.twitter.com/8aXyoxzq5c
— Sai Mohan 'NTR' (@Sai_Mohan_999) December 14, 2024