କନକ ବ୍ୟୁରୋ : ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଅଲ୍ଲୁଙ୍କ ସମେତ ତାଙ୍କ ବଡିଗାର୍ଡଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ଅଲ୍ଲୁଙ୍କୁ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଖାନା ନେଇଛି ଚିକ୍କାଡାପଲ୍ଲୀ ପୋଲିସ । ସେପଟେ ତାଙ୍କୁ ଆଜି ବେଲ୍‌ ମିଳିବ ନା ସେ ଜେଲ୍‌ ଯିବେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ କିଛି ସମୟ ପରେ ଅଲ୍ଲୁଙ୍କୁ କୋର୍ଟରେ ହାଜର କରାଯିବ । ଆଜି ଯଦି ତାଙ୍କୁ ବେଲ୍‌ ନମିଳେ ତାହାରେ ଅଲ୍ଲୁ ଜେଲ୍ ଯିବା ଏକପ୍ରକାର ସ୍ପଷ୍ଟ । କାରଣ କାଲି ଶନିବାର ଓ ତାପର ଦିନ ରବିବାର ପଡୁଛି । ଆଉ କୋର୍ଟ ଛୁଟି ଥିବାରୁ ତାଙ୍କ ଜେଲ ଯିବା ସ୍ପଷ୍ଟ । 

Advertisment

ସୂଚନାଯୋଗ୍ୟ ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା । ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା । ଅଭିଯୋଗ ଅନୁଯାୟୀ ଅଲୁ ଅର୍ଜୁନ ସ୍କ୍ରିନିଂ ପାଇଁ ଆସିବେ ବୋଲି ପୋଲିସକୁ ଅବଗତ କରାଯାଇ ନଥିଲା । ଥିଏଟର ମ୍ୟାନେଜମେଣ୍ଟ କିନ୍ତୁ ଏବିଷୟରେ ଅବଗତ ଥିଲେ। ପୋଲିସ ପାଖରେ ସୂଚନା ଥିଲେ ହୁଏତ ଅଧିକ ସୁରକ୍ଷା ବ୍ୟବସ୍ଥା ସହିତ ଭିଡକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଥାନ୍ତେ । ଏହାବାଦ କେବଳ ମୁଖ୍ୟ ପ୍ରବେଶ ପଥକୁ ଛାଡିଦେଲେ ଥିଏଟର ସେଠାରେ ଦର୍ଶକଙ୍କ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ନଥିଲା । ତେଣୁ ଥିଏଟରରେ ପହଞ୍ଚିଥିବା ବହୁ ଜନସମାଗମ ଏବଂ ସୁରକ୍ଷା ଅଭାବରୁ ଏକ ଦଳାଚକଟା ସ୍ଥିତି ଉପୁଜିଥିଲା । ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି । କିନ୍ତୁ ଥିଏଟର କର୍ତ୍ତୃପକ୍ଷ ଅଲ୍ଲୁ ଅର୍ଜୁନ ଆସୁଥିବା କଥା ଜାଣିଥିଲେ । ଯଦି ପୁଲିସ ଜାଣିଥା’ନ୍ତା,ତା’ହେଲେ ଅଲ୍ଲୁ ଅର୍ଜୁନ ଆସିବା ପୂର୍ବରୁ ଅଧିକ ଫୋର୍ସ ମୁତୟନ କରିବା ସହିତ ସୁରକ୍ଷ ବ୍ୟବସ୍ଥାକୁ ଉତ୍ତମ କରିପାରିଥା’ନ୍ତା । ସେହିଭଳି ଦର୍ଶକଙ୍କ ପାଇଁ ପୃଥକ ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରର ବ୍ୟବସ୍ଥା ନଥିଲା । ଯେହେତୁ ବହୁ ସଂଖ୍ୟାରେ ଲୋକ ଥିଏଟରରେ ପହଞ୍ଚିଥିଲେ ଓ ସେହି ତୁଳନାରେ ସୁରକ୍ଷା ବ୍ୟବସ୍ଥାହୋଇ ନଥିଲା,ତେଣୁ ଦଳା ଚକଟା ହୋଇଥିଲା । ଘଟଣାରେ ଏବେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।