Allu Arjun : ଅଲ୍ଲୁ ଅର୍ଜୁନଙ୍କ ଘରେ ଖେଳିଗଲା ଶୋକର ଛାୟା, ଅଧାରୁ ସୁଟିଂ ଅଟକାଇ ଘରକୁ ଫେରିଲେ ଅଭିନେତା

Advertisment

୯୪ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ଜେଜେମା’ଙ୍କ ଦେହାନ୍ତରେ ପୂରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । ଏମିତିକି ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ ୯୪ ବର୍ଷ ବୟସରେ ବୟସ ଜନିତ ରୋଗର ଶିକାର ହୋଇଥିଲେ ।

allu allu

allu Photograph: (KanakNews)

କନକ ବ୍ୟୁରୋ : ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ କୁହାଯାଉଥିବା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘରେ ଏବେ ଶୋକର ଛାୟା । ଅଭିନେତାଙ୍କ ଜେଜେମା’ ତଥା ତେଲୁଗୁର ଲୋକପ୍ରିୟ କଳାକାର ଅଲ୍ଲୁ ରାମଲିଙ୍ଗେୟାଙ୍କ ଧର୍ମପତ୍ନୀ ଅଲ୍ଲୁ କନକାରତ୍ନମଙ୍କ ଦେହାନ୍ତ ହୋଇଯାଇଛି । ୯୪ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ଜେଜେମା’ଙ୍କ ଦେହାନ୍ତରେ ପୂରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । ଏମିତିକି ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ ୯୪ ବର୍ଷ ବୟସରେ ବୟସ ଜନିତ ରୋଗର ଶିକାର ହୋଇଥିଲେ । ଗତକାଲି ରାତି ୧.୪୫ ବେଳେ ତାଙ୍କର ପରଲୋକ ହୋଇଥିଲା । 

allu-arjun-granny
allu-arjun-granny Photograph: (Google)

ତେବେ ସାଉଥ୍ ସିନେ ଜଗତର ବଡ଼ ବଡ଼ ତାରକା ଅଲ୍ଲୁଙ୍କ ଜେଜେମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ଘରେ ପହଞ୍ଚିଛନ୍ତି । ଅଲ୍ଲୁ କନକାରତ୍ନମଙ୍କ ଅନ୍ତିମ ସଂସ୍କାର କୋକାପେଟରେ ହେବ ବୋଲି ସୂଚନା ମିଳୁଛି । ରାମ ଚରଣ ଏବଂ ଅଲ୍ଲୁ ଅର୍ଜୁନ ଆଗାମୀ ସିନେମାରେ ସୁଟିଂ କରୁଥିବା ବେଳେ ଏଭଳି ଦୁଃଖଦ ଖବର ଶୁଣି ସୁଟିଂ ଅଧାରୁ ବନ୍ଦ କରିଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe