କନକ ବ୍ୟୁରୋ: ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍। ତେଲେଙ୍ଗାନା ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ପଠାଇବା ପରେ ତେଲେଙ୍ଗାନା ହାଇକୋଟର ଦ୍ବାରସ୍ଥ ହୋଇଥିଲେ ଏବଂ ଜରୁରୀକାଳୀନ ଶୁଣାଣି ପାଇଁ ଆବେଦନ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି।
ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଙ୍ଗା ଘଟଣାରେ ଡିସେମ୍ବର ୧୩ ତାରିଖ ସକାଳେ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ସୁପରଷ୍ଟାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା, କିନ୍ତୁ ଓକିଲ ଅନ୍ତରୀଣ ଜାମିନ ପାଇଁ ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ, ଯାହାକୁ ମଞ୍ଜୁର କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/13/vFwM86GyNiQRuBuf3pS4.jpg)