କନକ ବ୍ୟୁରୋ: ୮୦ ଭାଗରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କ ପାଇଁ ବଢ଼ିଲା ଭତ୍ତା । ଏଣିକି ୩ ହଜାର ୫ଶହ ଟଙ୍କା ଭତ୍ତା ମିଳିବ । ଜୁନ ୨୦୨୫ରୁ ବର୍ଦ୍ଧିତ ଭତ୍ତା ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଅନୁସାରେ, ୨୦୨୫ ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ସେମାନଙ୍କୁ ସରକାର ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ । ସେହିଭଳି ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ, ସେମାନଙ୍କୁ ବି ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏହି ଉଦ୍ଦେଶ୍ୟରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସରକାରଙ୍କ ସମାଜ ପ୍ରତି ଦାୟିତ୍ୱବୋଧ ଓ ସମସ୍ତଙ୍କ ପାଇଁ ସମାନ ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବାର ଅଙ୍ଗୀକାରକୁ ପ୍ରତିଫଳିତ କରୁଛି । ଏହି ଭତ୍ତା ବରିଷ୍ଠ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସ୍ୱାବଲମ୍ବୀ ଜୀବନଯାପନ କରିବାରେ ସହାୟତା କରିବ ଏବଂ ସେମାନଙ୍କ ଜୀବନକୁ ଆହୁରି ସମୃଦ୍ଧ ଓ ସମ୍ମାନଜନକ କରିବ ।
ବଢ଼ିଲା ଭତ୍ତା ଟଙ୍କା, ଜୁନ ମାସରୁ ମିଳିବ ୩୫୦୦ ଟଙ୍କା ଭତ୍ତା
Advertisment
Follow Us