କନକ ବ୍ୟୁରୋ : ବାଂଲାଦେଶରେ ଆୱାମି ଲିଗ ଓ ଶେଖ ହସିନାଙ୍କ ପାଇଁ ବଢି ଚାଲିଛି ଅଡୁଆ । ଆୱାମୀ ଲିଗର ଅନେକ କର୍ମୀଙ୍କୁ ଗିରଫ କରିଛି ବାଂଳାଦେଶ ଆର୍ମୀ । ଢାକା ଆୱାମୀ ଲିଗ ପ୍ରତିବାଦ କରୁଥିବା ବେଳେ ବାଂଲାଦେଶ ଆର୍ମୀ ଅନେକ କର୍ମୀଙ୍କୁ ଗିରଫ କରିଥିଲା ଏବଂ କିଛି କର୍ମୀ ମଧ୍ୟ ଆହାତ ହୋଇଥିଲେ । ବଡ କଥା ହେଉଛି ଆଗକୁ ଆୱାମୀ ଲିଗ ଦଳ ବାଂଲାଦେଶରେ ପ୍ରତିବାଦ କରିବାକୁ ହେଲେ ଅନୁମତି ନେବ ଏବଂ ସୂଚନା ଅନୁସାରେ ଅନ୍ତରୀଣ ସରକାର ଅନୁମତି ପ୍ରଦାନ କରିବେ ନାହିଁ ।
ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଶେଖ ହସିନାଙ୍କ ଫାସିଷ୍ଟ ପାର୍ଟିକୁ ଅନୁମିତି ପ୍ରଦାନ କରନି । ବର୍ତ୍ତମାନ ଆୱାମୀ ଲିଗ୍ ହେଉଛି ଏକ ଫାସିଷ୍ଟ ଦଳ । ଏହି ଫାସିଷ୍ଟ ଦଳକୁ ବାଂଲାଦେଶରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ । ମଧ୍ୟବର୍ତ୍ତୀକାଳୀନ ସରକାର କୌଣସି ହିଂସା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭାଙ୍ଗିବାକୁ ଚେଷ୍ଟା କରିବେ ନାହିଁ । ୟୁନୁସଙ୍କ ପ୍ରେସ ସେକ୍ରେଟାରୀ ଶାଫିକୁଲ ଆଲାମ ଏହା କହିଛନ୍ତି । ଆଲାମ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ସମାବେଶ କିମ୍ବା ଶୋଭାଯାତ୍ରା କରିବାକୁ ଚେଷ୍ଟା କରିବେ ସେମାନେ “ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ସମ୍ପୂର୍ଣ୍ଣ ଶକ୍ତିର ସମ୍ମୁଖୀନ ହେବେ” ଅର୍ଥାତ ସେମାନଙ୍କୁ ଜେଲ ଦଣ୍ଡ ଦିଆଯିବ ।
ସେପଟେ ଆୱାମୀ ଲିଗ୍ କହିଛି ବଙ୍ଗଳାଦେଶରେ ଲୋକଙ୍କ ଅଧିକାର ତଥା ଏକତରଫା ଶାସନା ବିରୁଦ୍ଧ ଆମ ଲଢେଇ ଜାରି ରହିଛି, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଆୱାମୀ ଲିଗ୍ ନେତା ତଥା କର୍ମୀମାନଙ୍କୁ ସହଯୋଗ ଦିଅନ୍ତୁ ଏବଂ ସାମ୍ପ୍ରତିକ ଶାସନର ବିଭ୍ରାଟକୁ ବିରୋଧ କରନ୍ତୁ ।