କନକ ବ୍ୟୁରୋ : ଅବସର ଥିଲା ସମ୍ବର୍ଦ୍ଧନା ଉତ୍ସବର । କ୍ରୁଟରେ କାର୍ଯ୍ୟରତ ମହିଳା ଡ୍ରାଇଭର ଓ କର୍ମଚାରୀଙ୍କ ଉଚ୍ଚକୋଟିର କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରୁଥିଲେ ବାଣିଜ୍ୟ ଓ ପରିବହନ ବିଭାଗ । ମହିଳା କର୍ମଚାରୀଙ୍କୁ ନିଜ ନିଜ ଅଭିଜ୍ଞତା କହିବା ପାଇଁ ମିଳିଥିଲା ସୁଯୋଗ । ଆଉ ଏହି ସମୟରେ କ୍ରୁଟ ବିରୋଧରେ ମୁହଁ ଖୋଲିଥିଲେ ଜଣେ ମହିଳା କର୍ମଚାରୀ ।
କାମ କରୁଛନ୍ତି ହେଲେ ମିଳୁନାହିଁ ଦରମା । ଗତ ଦୁଇ ମାସ ହେଲା କ୍ରୁଟର ସୁବାହକ ବା ମହିଳା ଡ୍ରାଇଭର ପାଇନାହାନ୍ତି ଦରମା । କ୍ରୁଟ ଇଭି ବସ ଡିପୋରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏଭଳି ଦୁଃଖ ବଖାଣିଛନ୍ତି ଜଣେ ମହିଳା କର୍ମଚାରୀ ।
ଦରମା ମିଳୁନଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି କର୍ମଚାରୀ ଜଣକ । ସରକାରୀ କାର୍ଯ୍ୟକ୍ରମରେ ମହିଳା କର୍ମଚାରୀଙ୍କର ଏଭଳି ମନ୍ତବ୍ୟ ଶୁଣି ଅକଳରେ ପଡିଯାଇଥିଲେ ବିଭାଗୀୟ ଅଧିକାରୀ । ତେବେ ଏନେଇ ବିଚାର କରାଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ।
ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଆଗାମୀ ଦିନରେ ନୂଆ ନୂଆ ପଦକ୍ଷେପ ନେବାକୁ ଯୋଜନା ରଖିଛି ବିଭାଗ । ତେବେ ଛୋଟ ଛୋଟ ସମସ୍ୟା ପ୍ରତି ଆଗକୁ ଗୁରୁତ୍ୱ ଦିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/12/9TWD7XC0rHwTpwMGE2fl.png)