କନକ ବ୍ୟୁରୋ: ଏଲନ୍ ମସ୍କ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ଦାୟିତ୍ୱରେ ଥିବାବେଳେ  ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା । ଏ ସମ୍ପର୍କିତ ଖବର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇବା ଏପରି ଅଭିଯୋଗକୁ  ମସ୍କ ଖଣ୍ଡନ କରିଛନ୍ତି । ରିପୋର୍ଟ ଅନୁସାରେ, ୨୦୨୪ ନିର୍ବାଚନ ପ୍ରଚାର ସମୟରେ ମସ୍କ କେଟାମାଇନ୍, ଏକ୍ସଟାସି ଏବଂ ସାଇକେଡେଲିକ୍ ଆଦି ମାଦକ ଦ୍ରବ୍ୟ ନିୟମିତ ଭାବେ ବ୍ୟବହାର କରୁଥିଲେ, ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା । ମସ୍କ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି , ଡିପ୍ରେସନ୍ ଚିକିତ୍ସା ପାଇଁ ଡାକ୍ତରୀ ପରାମର୍ଶରେ କେଟାମାଇନ୍ ବ୍ୟବହାର କରୁଥିଲି ।

Advertisment

-ବିଶ୍ବର ଟେକ୍‌ ଟାଇଟନ୍‌ ମସ୍କଙ୍କୁ ନେଇ ବଡ଼ ଅଭିଯୋଗ
-ଟେସ୍‌ଲା ମାଲିକ ଏଲନ୍‌ ମସ୍କ କରୁଥିଲେ କି ନିଶା ?
-ଗଣମାଧ୍ୟମରେ ଚର୍ଚ୍ଚା, ଖବରକୁ ମସ୍କଙ୍କ ଖଣ୍ଡନ
-ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମିଛ : ମସ୍କ
-ପେସାଗତ ଓ ବ୍ୟକ୍ତିଗତ ଜୀବନ ଉପରେ ଅଭିଯୋଗର ପ୍ରଭାବ
-ସରକାରୀ ଖର୍ଚ୍ଚ ହ୍ରାସ କରିବାକୁ ଦାବି କରିଥିଲେ ଏଲନ୍‌
-୧ ଟ୍ରିଲିୟନ ଡଲାର ଖର୍ଚ୍ଚ ହ୍ରାସ କରିବା ଦାବି ରଖିଥିଲେ ମସ୍କ