ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ । ଏସସିବିରେ ଚାଲିଛି ଚିକିତ୍ସା

କେନ୍ଦ୍ରାପଡା ପାଟକୁରା ଥାନା ଅନ୍ତେଇ ପଞ୍ଚାୟତର ସରପଞ୍ଚ ସଂଜୟ ସେଠୀଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ସଂଜୟ ବାଇକ ଯୋଗେ ରାସ୍ତାରେ ଯାଉଥିବା ସମୟରେ ଦୁର୍ବୃତ୍ତ ମାନେ ଠେଙ୍ଗା ବାଡିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

attack

କନକ ବ୍ୟୁରୋ : କେନ୍ଦ୍ରାପଡା ପାଟକୁରା ଥାନା ଅନ୍ତେଇ ପଞ୍ଚାୟତର ସରପଞ୍ଚ ସଂଜୟ ସେଠୀଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ସଂଜୟ ବାଇକ ଯୋଗେ ରାସ୍ତାରେ ଯାଉଥିବା ସମୟରେ ଦୁର୍ବୃତ୍ତ ମାନେ ଠେଙ୍ଗା ବାଡିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ସଞ୍ଜୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ସରପଞ୍ଚଙ୍କୁ ଆକ୍ରମଣ କରାଯାଇଛି ତାର କାରଣ ଜଣାପଡି ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe