କନକବ୍ୟୁରୋ : ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ଭିଡ଼ିଓ କଲେ ଭାଇରାଲ, ପୀଡିତାଙ୍କ ମାଙ୍କୁ କଲେ ଟଙ୍କା ଡିମାଣ୍ଡ । ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏହି ଦୁର୍ଷ୍କମ ମାମଲାରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ନୟାପଲ୍ଲୀ ଥାନା ପୁଲିସ୍ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବା ଜଣାପଡିଛି ।
ପୀଡିତାଙ୍କର ବନ୍ଧୁ ଯିଏକି ନାବାଳିକାଙ୍କୁ ପ୍ରବର୍ତାଇ ୪ଜଣ ଯୁବକଙ୍କ ପାଖକୁ ପଠାଇଥିଲେ । ଯୁବତୀ ଜଣଙ୍କୁ ପାନୀୟରେ ନିଶାଦେଇ ଯୁବକ ମାନେ ଯୁବତୀଙ୍କୁ ଦୁର୍ଷ୍କମ କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହିତ ନେଇ ନୟାପଲ୍ଲୀ ଥାନାଧିକାରୀ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଅଟକ ପରେ ପଚରାଉଚରା କରାଯାଇଥିଲା। ପୁରା ଘଟଣାରେ ବର୍ତ୍ତମାନ ପର୍ୟ୍ୟନ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/31/xVM8lbMFnbNaanr9C2i7.jpg)