କନକ ବ୍ୟୁରୋ : ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ । ନିୟମିତ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗରେ ନୋଟିସ ଜାରି କରିଛନ୍ତି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ । ଏପରିକି ଏହି ଡାକ୍ତରମାନେ ଗତ ୬ ତାରିଖ ଦିନ ଜୟପୁରରେ ଅନୁଷ୍ଠିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିଭ୍ୟୁ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସମସ୍ତ ଡାକ୍ତରଙ୍କୁ ଆସନ୍ତାକାଲି ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ଯ୍ୟରତ ୨୫ ଡାକ୍ତରଙ୍କୁ ନୋଟିସ୍ । ମେଡିକାଲକୁ ନିୟମିତ ଆସୁନଥିବା ଅଭିଯୋଗ
ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୫ ଜଣ କାର୍ଯ୍ୟରତ ଡାକ୍ତରଙ୍କୁ ନୋଟିସ । ନିୟମିତ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗରେ ନୋଟିସ ଜାରି କରିଛନ୍ତି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ।