ଲଡୁ ପ୍ରସାଦ ବିବାଦ ପରେ ପଞ୍ଚାମୃତ ବିବାଦ : ପଞ୍ଚାମୃତରେ ନପୁଂସକ ଔଷଧ ମିଶିବା ଅଭିଯୋଗ

ତାମିଲନାଡୁର ପାଲାନି ମନ୍ଦିରରେ ପଞ୍ଚାମୃତରେ ନପୁଂସକତା ଔଷଧ ମିଶୁଥିବା ଅଭିଯୋଗ । ବିବାଦୀୟ ଅଭିଯୋଗ କରି ଅଡୁଆରେ ନିର୍ଦ୍ଦେଶକ ମୋହନ ଜି । ।

1001

କନକ ବ୍ୟୁରୋ: ତିରୁପତି ବାଲାଜୀ ମନ୍ଦିରର ଲଡୁର ପବିତତ୍ରକୁ ନେଇ ପ୍ରଶ୍ନ ଭିତରେ ଆଉ ଏକ ଚାଞ୍ଚଲ୍ୟକର ଖବର ଆସିଛି। ତାମିଲନାଡୁର ଅନ୍ୟ ଏକ ମନ୍ଦିରରେ ପଞ୍ଚାମୃତରେ ନପୁଂସକତା ଔଷଧ ମିଶୁଥିବା ଭଳି ବିବାଦୀୟ ବୟାନ ଦେଇଛନ୍ତି ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ଜି. କାସତ୍ରିୟନ । ଏହା ପରେ ତାଙ୍କୁ ଗିରଫ କରାଯାଇଛି।

ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ଜି ଏକ ୟୁଟ୍ୟୁବ ଚ୍ୟାନେଲରେ ତିରୁପତି ବାଲାଜୀ ମନ୍ଦିରର ଲଡୁରେ ଚର୍ବି ପ୍ରସଙ୍ଗରେ ଆଲୋଚନା କରୁଥିଲେ। ଏହି ସମୟରେ ମୋହନ ଜି ଅଭିଯୋଗ କରିଥିଲେ ଯେ 'ପାଲାନି' ମନ୍ଦିରରେ ପୁରୁଷମାନଙ୍କଠାରେ ନପୁଂସକତା ସୃଷ୍ଟି କରୁଥିବା ଔଷଧ ପଞ୍ଚାମୃତରେ ମିଶ୍ରିତ ହୋଇଥାଏ। 

ଏକ ଚ୍ୟାନେଲରେ ତିରୁପତି ମନ୍ଦିର ପ୍ରସାଦ ବିଷୟରେ ସେ କହୁଥିଲେ। ତାମିଲନାଡୁର ଅନ୍ୟ ମନ୍ଦିରରେ ମଧ୍ୟ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ସେ ତାଙ୍କ ବିବୃତ୍ତିରେ କହିଛନ୍ତି , ଥରେ ପଲାନି ମନ୍ଦିରର ପଞ୍ଚାମୃତରେ ପୁରୁଷମାନଙ୍କୁ ନପୁଂସକ କରୁଥିବା ଏକ ଔଷଧ ମିଶ୍ରିତ ହୋଇଥିଲା ଏବଂ ଏହି ଖବରକୁ ଲୁଚାଇ ରଖାଯାଇଥିଲା। ଏହାକୁ ବାହାରେ ପ୍ରକାଶ କରାଯାଇ ନଥିଲା।  ତାମିଲନାଡୁର ହିନ୍ଦୁ ଧର୍ମ ଏବଂ ଧର୍ମାର୍ଥ ବ୍ୟବସ୍ଥାର ମନ୍ତ୍ରୀ ଶେଖର ବାବୁ ମୋହନ ଏହି ବିବୃତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ସେ ଚେତାବନୀ ଦେଇଛନ୍ତି ଯେ ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ। ଏହି ବିବାଦୀୟ ବିବୃତି ପରେ ତ୍ରିଚି ପୋଲିସର ସାଇବର କ୍ରାଇମ ସେଲ ମଙ୍ଗଳବାର ମୋହନ ଜିଙ୍କୁ ଗିରଫ କରିଛି। ସେ ଧାର୍ମିକ ଭାବନାକୁ ଆଘାତ ଦେଇ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe