କନକ ବ୍ୟୁରୋ: ଯୋଗାଣ ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। କଲେକ୍ସନ ଏଜେଣ୍ଟ ରଖି ମନ୍ତ୍ରୀ ବିଭିନ୍ନ ଗୋଦାମରୁ ଟଙ୍କା ଆଦାୟ କରୁଛନ୍ତି। କିଏ ସବୁ କଲେକ୍ସନ କରୁଛନ୍ତି ତାହାର ହିସାବ ରଖିଛି। ରାଜ୍ୟରେ ହରିଲୁଟ୍ ଚାଲିଛି ବୋଲି କହିଛନ୍ତି ତାରା। ଯାହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ତାରା ସବୁବେଳେ ହାଲୁକା ମନ୍ତବ୍ୟ ଦିଅନ୍ତି। ଯଦି ସତସାହସ ଅଛି ତେବେ ପ୍ରମାଣ ଦିଅନ୍ତୁ, ଆମେ କାର୍ୟ୍ୟାନୁଷ୍ଠାନ ନେବୁ। ମୋ ବିଷୟରେ ମିଛ କଥା କହୁଛନ୍ତି। ହାଲୁକା ମନ୍ତବ୍ୟ ଦେବା ତାରାଙ୍କର ଅଭ୍ୟାସ ବୋଲି କହି କଟାକ୍ଷ ତୀର ମାରିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

Advertisment