କନକ ବ୍ୟୁରୋ ; ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ । ଦୀର୍ଘ ୬ ମାସ ହେଵ ବିଦ୍ୟାଳୟ ରେ ସଠିକ ଭାବରେ ପାଠ ପଢା ହେଉନାହିଁ । ବାରମ୍ବାର ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସତ୍ୟବାଦୀର ତୃତୀୟା ଦେବ ନୋଡ଼ାଲ ବିଦ୍ୟାନିକେତନ ବିଦ୍ୟାଳୟରେ । ଘଟଣା ସ୍ଥଳରେ ବ୍ଲକ ସହକାରୀ ଶିକ୍ଷାଧିକାରୀ ପହଞ୍ଚି ବୁଝା ସୁଝା କଲେ ମଧ୍ୟ ନିଜ ଜିଦି ରେ ଅଟଳ ରହିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ଓ ପିପିଲି ଏସଡ଼ିପିଓ ପହଞ୍ଚି ବୁଝାସୁଝା କରି ପ୍ରତିଶୃତି  ଦେବା ପରେ ଅଭିଭାବକ ଓ ପିଲା ଧାରଣାରୁ ଉଠିଛନ୍ତି ।