କନକବ୍ୟୁରୋ : ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଦେଉଥିଲେ ଶାରିରୀକ ନିର୍ଯାତନା । ଜଣେ ସରକାରୀ ବାବୁଙ୍କ ନାଁରେ ଆସିଛି ଏହିଭଳି ସାଂଘାତିକ ଅଭିଯୋଗ । ରେଡ଼ିଓ ଷ୍ଟେସନରେ ଟେକେନସିଆନ ଭାବେ କାର୍ଯ୍ୟରତ ଥିବା ପ୍ରଦୀପ ମହାଳିକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ତିନିବର୍ଷ ତଳେ ଜଣେ ନାବାଳିକାଙ୍କୁ ଘରୁ ନେଇ ଆସିଥିଲେ ।
ଗରିବ ଅସହାୟ ବାପା ମାଆଙ୍କ ଠାରୁ ଝିଅକୁ ଆଣି ପାଠ ପଢ଼ାଇବେ । ଆଉ ତାସହିତ ବଡ଼ ହେଲେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ । ହେଲେ ଝିଅକୁ ନିଜ ଘରେ ଚାକରାଣୀ କରି ଘରେ ରଖିଲେ । ଯୌନ ଶୋଷଣର ଶିକାର ମଧ୍ୟ କଲେ । ଏନେଇ ନାବଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଭଞ୍ଜପୁର ଥାନା ପୁଲିସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/15/girls-pic-2025-08-15-15-25-08.jpg)