ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୁଲିସ, କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଥାର୍ଡ ଡିଗ୍ରି !

Advertisment

କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଥାର୍ଡଡିଗ୍ରୀ । କେବଳ ଥାର୍ଡ ଡିଗ୍ରୀ ନୁହେଁ ମିଛ ମାମଲାରେ ଫସାଇ ଦେବାକୁ କନେଷ୍ଟବଳଙ୍କ ଧମକଚମକ ।

କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଥାର୍ଡଡିଗ୍ରୀ । କେବଳ ଥାର୍ଡ ଡିଗ୍ରୀ ନୁହେଁ ମିଛ ମାମଲାରେ ଫସାଇ ଦେବାକୁ କନେଷ୍ଟବଳଙ୍କ ଧମକଚମକ ।

Third Degree

କନକ ବ୍ୟୁରୋ: ନ୍ୟାୟ ପାଇଁ ଥାନାକୁ ଗଲେ ଯୁବକ। ହେଲେ ଥାନାରେ ଅଭିଯୁକ୍ତ ନୁହେଁ ଅଭିଯୋଗକାରୀକୁ ଥାର୍ଡ ଡିଗ୍ରୀ ଦେଲେ ଥାନା କର୍ମଚାରୀ। କ୍ୟାପିଟାଲ ଫାଣ୍ଡି ବିରୋଧରେ ଆସିଛି ଏହି ସାଂଘାତିକ ଅଭିଯୋଗ । ସେପଟେ ଆଇଏରଏସ ଦୁଷ୍କର୍ମ ମାମଲାରେ ଏବେ ବି ପୁଲିସ ହାତ ଖାଲି । ଯାହା କମିସନରେଟ ପୁଲିସର ପାରିବା ପଣିଆ ଉପରେ ବିରାଟ ପ୍ରଶ୍ନ ସୃଷ୍ଟ କରିଛି । 

କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଥାର୍ଡଡିଗ୍ରୀ । କେବଳ ଥାର୍ଡ ଡିଗ୍ରୀ ନୁହେଁ ମିଛ ମାମଲାରେ ଫସାଇ ଦେବାକୁ କନେଷ୍ଟବଳଙ୍କ ଧମକଚମକ। ଏହି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳ ଗୋତରା ଗାଁର ଦେବବ୍ରତ ଷଡ଼ଙ୍ଗୀ। କ୍ୟାପିଟାଲ ହସ୍ପିଟାଲରେ ବ୍ୟାଗ ଚୋରି ଅଭିଯୋଗ କ୍ୟାପିଟାଲ ଫାଣ୍ଡି ନରଖିବାରୁ ସେ ଫେବ୍ରୁଆରି ୧୯ରେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ପାଇଁ ହସ୍ପିଟାଲ ପରିସରକୁ ଜଣେ କନେଷ୍ଟବଳ ସହ ଦେବବ୍ରତଙ୍କୁ ପଠାଇଥିଲେ ଥାନାଧିକାରୀ। ତଦନ୍ତ ବଦଳରେ କ୍ୟାପିଟାଲ ଫାଣ୍ଡିରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ମିଶି ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ କନେଷ୍ଟବଳ ବାବୁ। ଏନେଇ କ୍ୟାପିଟାଲ ଥାନା ଓ ଡିସିପିଙ୍କ ପାଖରେ ଅଭିଯୋଗ ପରେ ଦେବବ୍ରତଙ୍କ ଚିକିତ୍ସା ହୋଇଥିଲା।   

ଏହା ବି ପଢ଼ନ୍ତୁ: ଶାସନର ହେବ ନବକଳେବର, ମୋହନଙ୍କ ଟିମ୍‌ରେ ସ୍ଥାନ ପାଇବେ ନୂଆ ମୁହଁ !

  • ବଢ଼ିଲା ଆଇଆର୍‌ଏସ୍ ଅଧିକାରୀଙ୍କ ଅଡ଼ୁଆ
  • ବିଭାଗ ପକ୍ଷରୁ ଆରମ୍ଭ ହେଲା ଖୋଳତାଡ଼

ସରକାରୀ କ୍ୱାର୍ଟରରେ ଦୁଷ୍କର୍ମ ମାମଲାରେ ବଢ଼ିଲା ଆଇଆରଏସ୍ ଅଧିକାରୀଙ୍କ ଅଡୁଆ। ସହିଦନଗର ଥାନାରେ କେନ୍ଦ୍ରୀୟ ଜିଏସଟି ଟିମ୍‌ର ଛାନବିନ। ସହିଦନଗର ଥାନାରେ ୩ ଜଣିଆ ସେଣ୍ଟ୍ରାଲ ଜିଏସଟି ଟିମ ପହଞ୍ଚି, ପୁରା ଘଟଣାକ୍ରମ ଓ ଅଭିଯୋଗର ସତ୍ୟତା, ତଦନ୍ତ ପ୍ରକ୍ରିୟାକୁ ନେଇ ପଚରା ଉଚରା କରିଛନ୍ତି I ଅଭିଯୁକ୍ତ ଆଇଆରଏସ୍ ଅଧିକାରୀ ଅଭିଯୋଗ ପରଠୁ ଫେରାର ଥିବା ବେଳେ ପୁଲିସ ହାତ ଏବେ ବି ଖାଲି ରହିଛି। 

ରାଜଧାନୀରେ ମାଳମାଳ ପୁଲିସ କର୍ମଚାରୀ, ପୁଲିସ ବିଭାଗର ବଡ଼ ବଡ଼ ବାବୁ ଥାଉ ଥାଉ ରାଜଧାନୀର ସୁରକ୍ଷା ବାଜିରେ ଲାଗୁଛି। ଥାନାରେ ଥାର୍ଡ ଡିଗ୍ରୀ ଓ ଆଇଆରଏସ ସରକାରୀ କ୍ୱାର୍ଟରରେ ଦୁଷ୍କର୍ମ ଓ ବ୍ଲାକମେଲ ଘଟଣା କମିସନରେଟ ପୁଲିସକୁ ବଦନାମ କରିଛି । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe